ପୁରୀ: ବନ୍ଦ ରହିଛି ସାକ୍ଷୀଗୋପାଳ ମନ୍ଦିର ନୀତିକାନ୍ତି । ଉପାସରେ ପ୍ରଭୁ ଗୋପାଳଜିଉ । ଗତ କାଲି ଠାରୁ ସେବାୟତ ମାନେ ବନ୍ଦ କରିଛନ୍ତି ଦେବ ନୀତି । ଦର୍ଶନ ନକରି ଫେରିଛନ୍ତି ଶହଶହ ଭକ୍ତ । ସୂଚନା ଅନୁଯାୟୀ, ଗତକାଲି ଠାରୁ ଗୋପାଳଜିଉଙ୍କ ମୁଖ୍ୟ ଦ୍ୱାର ବନ୍ଦ କରି ଧାରଣାରେ ଦେଇଛନ୍ତି ସେବାୟତ । ସେବାୟତଙ୍କ ଶ୍ମଶାନ ଭାଙ୍ଗିବା ପ୍ରତିବାଦ ଓ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣାରେ ଦେଇଛନ୍ତି । ରଥଯାତ୍ରା ସମୟ ଥିବାରୁ ଏଠାରେ ମଧ୍ୟ ରାଜ୍ୟ ତଥା ରାଜ୍ୟ ବାହାର ଭକ୍ତଙ୍କ ଗହଳି ଲାଗେ। ଏହି ସମୟରେ ଗୋପାଳଜିଉଙ୍କ ଦର୍ଶନ ନ ମିଳିବାରୁ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।