୫ଟି ସଚିବଙ୍କ ମୟୂରଭଞ୍ଜ ଗସ୍ତ ଦ୍ୱିତୀୟ ଦିନ, ମିଶନ ଶକ୍ତି କାଫେର ମା ମାନଙ୍କୁ ପ୍ରଶଂସା

0

ବାରିପଦା: ମୁଖ୍ୟମନ୍ତ୍ରୀଙ୍କ ବ୍ୟାକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ଦୁିଇଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତର ଆଜି ଦ୍ୱିତୀୟ ଦିନ । ଗ୍ରାଉଣ୍ଡରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି ୫ଟି ସଚିବ । ଲୋକଙ୍କ ଆପତ୍ତି ଅଭିଯୋଗର ତୁରନ୍ତ ସମାଧାନ ହେଉଛି । ଏହି କ୍ରମରେ ଆଜି ସକାଳେ ୫ଟି ସଚିବ ଭିକେ ପାଣ୍ଡିଆନ ବାରିପଦା ଜିଲ୍ଲା ପରିଷଦ କାର୍ୟ୍ୟାଳୟ ପରିସରର ମିଶନ ଶକ୍ତି ମା’ ମାନଙ୍କ ଦ୍ବାରା ପରିଚାଳିତ ଶକ୍ତି କାଫେରେ ପହଞ୍ଚି ଭାବମିନିମୟ ସହିତ ସକାଳ ଜଳଖିଆ କରିଥିଲେ। ଜଳଖିଆରେ ଇଟିଲି, ଉପମା, ଉଥପମ୍, ପାଏସ୍ ଖାଇଥିଲେ । ମା’ ମାନଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶେଷ ଧ୍ୟାନ ଦେଇଛନ୍ତି। ସେହି ଅନୁସାରେ ମା’ମାନେ କଠିନ ପରିଶ୍ରମ କରି ଉତ୍ପାଦନ ସାମଗ୍ରୀର ମାନ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ।
ଏହାପରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର କଳାବାଡିଆ ଫୁଟବଲ ପଡ଼ିଆ ଓ ୧୦ଟା ୪୫ରେ ମୋରଡା ନିର୍ବାଚନ ମଣ୍ଡଳୀ ପାଇଁ ପାଟପୁର ପଡିଆରେ ଜନଅଭିଯୋଗ ଶୁଣାଣି ଶିବିରରେ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିବେ। ୧୨ ଟାରେ ବାରିପଦା ଛଉ ପଡ଼ିଆରେ ମିଶନ ଶକ୍ତି ମହିଳା ମାନଙ୍କ ବିଶାଳ ସମାବେଶରେ ଯୋଗଦେଇ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି। ଏହା ପରେ ୨ଟା ୩୦ରେ ବଡସାହି ନିର୍ବାଚନ ମଣ୍ଡଳୀର ବୈଶିଙ୍ଗା ନିକଟସ୍ଥ ଖୁଣ୍ଟାପୁର ଓ ୩ଟା ୪୫ରେ ଉଦଳା ନିର୍ବାଚନ ମଣ୍ଡଳୀ ପାଇଁ ଉଦଳା ହାଇସ୍କୁଲ ପଡ଼ିଆରେ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେବା କାର୍ୟ୍ୟକ୍ରମ ସାରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ୟ୍ୟକ୍ରମ ରହିଛି।