ଡିଜିଟାଲ ଲକର ବ୍ୟବସ୍ଥା ଆରମ୍ଭ କଲା ମାଧ୍ୟମିକ ଶିକ୍ଷା ପରିଷଦ

0

କଟକ : ଡିଜିଟାଲ ଲକର ବ୍ୟବସ୍ଥା ଆରମ୍ଭ କଲା ମାଧ୍ୟମିକ ଶିକ୍ଷା ପରିଷଦ । ଏନେଇ  ସୂଚନା ଦେଲେ ବିଏସଇ  ଉପସଭାପତି  ନିହାର ରଂଜନ ମହାନ୍ତି । ବୋର୍ଡରୁ  ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଇବାକୁ ବ୍ୟବହାର ହେବ ।  ୧୮୩ ଟି ସେଣ୍ଟରକୁ ଯିବାକୁ ଥିବା ପ୍ରଶ୍ନପତ୍ର ବାକ୍ସରେ  ଲାଗିବ ଡିଜିଟାଲ ଲକର । ଆସନ୍ତା ୧୭ରେ  ଓଏସଏସଟିଇଟି ରେ ପ୍ରଥମ କରି ବ୍ୟବହାର କରାଯିବ । ଆଗାମୀ ଦିନରେ  ମାଟ୍ରିକ ପରୀକ୍ଷାରେ ବ୍ୟବହାର ବ୍ୟବସ୍ଥା କରାଯିବ ।