ଭୁବନେଶ୍ୱର: ଜିଲ୍ଲା ବୁଲିବେ ସଚିବ । ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରିବେ ସଚିବ ଓ ବରିଷ୍ଠ ଅଧିକାରୀ । ଏନେଇ ନିର୍ଦ୍ଦେଶନାମା ଜାରି କଲା ଯୋଜନା ଓ ସଂଯୋଜନ ବିଭାଗ । ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ସରକାରୀ ଯୋଜନାର ତଦାରଖ କରିବେ । ଆହାର କେନ୍ଦ୍ର, ଛାତ୍ରାବାସ, ସ୍କୁଲରେ ମଧ୍ୟାହ୍ନ ଭୋଜନ ଯାଞ୍ଚ କରିବେ । ଏହା ସହ ଅଙ୍ଗନବାଡି କର୍ମୀ ଓ ମେଡିକାଲରେ ରୋଗୀଙ୍କୁ ଭେଟି ବୁଝିବେ ସ୍ୱାସ୍ଥ୍ୟାବସ୍ଥା । କେଉଁ ଅଧିକାରୀ କେଉଁ ଜିଲ୍ଲା ଯିବେ ତାଲିକା ଜାରି କଲା ବିଭାଗ ।