ନିର୍ବାଚନ କୁ ଆଖି ଆଗରେ ରଖି କଡା ସୁରକ୍ଷା

0

(ଜୟନ୍ତ କୁମାର ସେଠି / ଗୋପ) ; ଆଗକୁ ରହିଛି ପିପିଲି ଉପନିର୍ବାଚନ । ନିର୍ବାଚନ ଯେଭଳି ଅପରାଧ ଓ ଭୟ ମୁକ୍ତ ହୋଇ ପାରିବ ସେ ନେଇ ପୋଲିସ ପକ୍ଷ ରୁ ସ୍ୱତନ୍ତ୍ର ଅଭିଯାନ ଚାଲିଚି। ବିଭିନ୍ନ ସ୍ଥାନ ରେ ଗାଡି କୁ ଚେକିଂ କରାଯାଉଛି। ସେହିପରି ସମ୍ବେଦନଶୀଳ ବୁଥ ଗୁଡିକ ରେ କିଭଳି କଡା ନିରାପତ୍ତା ବ୍ୟବସ୍ଥା ହୋଇ ପାରିବ ସେ ନେଇ ପୋଲିସ ପକ୍ଷରୁ ଯୋଜନା କରାଯାଇଛି। ଫ୍ଲାଇଙ୍ଗ ସ୍କ୍ୱାର୍ଡ ଗଠନ କରାଯାଇ ସ୍ଥିତି ଉପରେ ନଜର ରଖାଯାଇଛି। ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଅସାମାଜିକ ବ୍ୟକ୍ତି ଓ ଅପରାଧୀ ଙ୍କ ଉପରେ କଡା ନଜର ରଖିଛି ପୁରୀ ପୋଲିସ । ପୁରୀ ଏସପି କେ ବିଶାଳ ସିଂ ଙ୍କ ନିର୍ଦ୍ଦେଶ କ୍ରମେ ପିପିଲି , ଡେଲାଙ୍ଗ, ବଳଙ୍ଗା ଓ ସତ୍ୟବାଦୀ ଥାନା ପକ୍ଷରୁ ଅପରାଧି ଦମନ ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମ ରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ପେଷାଦାର ଅପରାଧୀ ଙ୍କୁ ଗିରଫ କରାଯାଇଛି। ପୁରୀ ପୋଲିସ ପକ୍ଷରୁ ପିପିଲି ନିର୍ବାଚନ ମଣ୍ଡଳୀ ର ସମସ୍ତ ପ୍ରବେଶ ପଥ ରେ ପୋଲିସ ମୁତୟନ କରାଯାଇ କଡାକଡି ଯାଂଚ କରାଯାଉଛି। ପେଷାଦାର ଅପରାଧୀ , ଅସାମାଜିକ ଲୋକ ଙ୍କ ଉପରେ ପୋଲିସ କଡା ନଜର ରଖିଛି। ଅସନ୍ତା ୧୭ ତାରିଖ ରେ ପିପିଲି ରେ ଉପ ନିର୍ବାଚନ ହେବା ପର୍ୟ୍ୟନ୍ତ ଅପରାଧି ଦମନ ଅଭିଯାନ ଜୋର ଦାର କରାଯିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି।