ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ : ରାଇରଙ୍ଗପୁର ସହର ସ୍ଥିତ ୱାର୍ଡ ନମ୍ୱର ୧୩ର ସିଗନାଲ ସାହି ରେ ସୁଭଦ୍ରା ଯୋଜନା ଫର୍ମ ପୂରଣ ପାଇଁ ଅଙ୍ଗନବାଡି କର୍ମୀ ମାନେ ହିତାଧିକାରୀଙ୍କ ପାଖରୁ ୫୦ ଟଙ୍କା ଲେଖାଏଁ ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ଘଟଣାର ସତ୍ୟାସତ ସମ୍ଭନ୍ଧ ରେ ରାଇରଙ୍ଗପୁର ସିଡିପିଓଙ୍କ ତତ୍ତ୍ୱକ୍ଷବଧାନରେ ସିଗନାଲ ସାହି ଓ ନୂଆଗାଁ ର ମହିଳା ପରିଦର୍ଶିକା ଉକ୍ତ ସ୍ଥାନରେ ପହଂଚି ହିତାଧିକାରୀ ଓ ଅଙ୍ଗନବାଡି କର୍ମୀ ଙ୍କ ଉପସ୍ଥିତି ରେ ତଦନ୍ତ କରିଥିଲେ । ପରେ ଜଣାପଡିଲା ଯେ କୌଣସି ଅଙ୍ଗନବାଡି କର୍ମୀଙ୍କ ଏଥିରେ ସମ୍ପୃକ୍ତି ନାହିଁ। ମାତ୍ର ନିକଟସ୍ଥ ମୋ ସେବା କେନ୍ଦ୍ର /ଜନସେବା କେନ୍ଦ୍ରରେ କାର୍ୟ୍ୟରତ କମ୍ପୁଟର ଅପରେଟର ମାନେ ସୁଭଦ୍ରା ଫର୍ମ ପୂରଣ ପାଇଁ ଅଳ୍ପ କିଛି ହିତାଧିକାରୀ ଙ୍କ ଠାରୁ ଉକ୍ତ ଅର୍ଥ ରାଶି ଆଦାୟ କରିଥିଲେ। ଘଟଣା ଜଣାପଡିବା ପରେ ଆଦାୟ ହୋଇଥିବା ଅର୍ଥ ରାଶି କୁ ଦେଇଥିବା ସୁଭଦ୍ରା ଯୋଜନାର ସମ୍ପୃକ୍ତ ହିତାଧିକାରୀ ମାନଙ୍କୁ ଫେରାଇ ଦେବାର ବ୍ୟବସ୍ଥା କରାଯାଇଥିଲା। ଉକ୍ତ ଘଟଣା ଆଧାରରେ ରାଇରଙ୍ଗପୁର ଟାଉନ ଥାନା ର ଆଇ ଆଇ ସି ଶ୍ରୀ ସୂଚନ୍ଦ୍ର ମହାଳିକଙ୍କ ତତ୍ୱାବଧାନ ରେ ଟାଉନ ଥାନା ସବ ଇନିସପେକ୍ଟର ଶ୍ରୀ ଆଲୋକ କୁମାର ସିଂ ଘଟଣା ସ୍ଥଳରେ ପହଂଚି ମୋ ସେବା/ ଜନସେବା କେନ୍ଦ୍ରର ଗୋଟିଏ ଲ୍ୟାପଟପ ସହ ଗୋଟିଏ ମନିଟର ଓ ସି.ପି.ୟୁ. ଜବତ କରିଥିଲେ।