ମା ମାର୍କମା ମହାବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ

0

ବିଷମ କଟକ/ରବିନ୍ଦ୍ର କୁମାର ସାହୁ : ରାୟଗଡା ଜିଲ୍ଲା ବିଷମ କଟକ ସ୍ଥିତ ମା ମାର୍କମା ମହାବିଦ୍ୟାଳୟର ପରିସରରେ ରାଜ୍ୟ ସରକାରଙ୍କ ପ୍ରୟୋଜିତ କାର୍ଯ୍ୟକ୍ରମ ଧାରାରେ ଅନୁଷ୍ଟାନ ତରଫରୁ  ଆତ୍ମରକ୍ଷା ତାଲିମ ଶିବିର କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଅଛି ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଥାନା ଅଧିକାରୀ ସୁଯ୍ୟଚନ୍ଦ୍ର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ  ମହାବିଦ୍ୟାଳୟର +୩ କଳା ଓ ବିଜ୍ଞାନ ପ୍ରଥମ ବର୍ଷର ପ୍ରାୟ ୧୦୮ ଛାତ୍ରୀ ଏହି ଶିବିରରେ ଯୋଗଦାନ ଦେଇଥିଲେ । ମାଷ୍ଟର ଟ୍ରେନର ଚାନ୍ଦିନୀ ପାତ୍ରଙ୍କ ଅଧୀନରେ ଛାତ୍ରୀମାନେ  ୮ଦିନ ଧରି ଏହି ଶିବିରରେ ତାଲିମ ଗ୍ରହଣ କରିବେ । ଛାତ୍ରୀ ମାନଙ୍କ ପାଇଁ ଆତ୍ମ ସୁରକ୍ଷା କେତେ ଜରୁରୀ ସେ ସମ୍ପର୍କରେ ମୁଖ୍ୟ ଅତିଥି ଉଦବୋଧନା ଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ଦୀପ୍ତିରାଣୀ  ମିଶ୍ର କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିବା ବେଳେ ପଦାର୍ଥ ବିଜ୍ଞାନ ଅଧ୍ୟାପିକା ତୃପ୍ତିମୟୀ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ  ଅଧ୍ୟାପିକା,ଅଧ୍ୟାପକ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।