ଆନ୍ତର୍ଜାତିକ ମାନବାଧିକାର ଦିବସ ଅବସରରେ ଆଲୋଚନା ଚକ୍ର ଅନୁଷ୍ଟିତ

0

ବିଷମ କଟକ/ ରବିନ୍ଦ୍ର କୁମାର ସାହୁ:  ରାୟଗଡ଼ା ଜିଲ୍ଲା ବିଷମ କଟକ ସ୍ଥିତ ମା ମାର୍କମା +୩ ମହାବିଦ୍ୟାଳୟରେ ରାଜନୀତି ବିଭାଗ ପକ୍ଷରୁ ଆନ୍ତର୍ଜାତିକ ମାନବାଧିକାର ଦିବସ ଅବସରରେ ଆଲୋଚନା ଚକ୍ର ଅନୁଷ୍ଟିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ସିର୍ଶିକ ”ମାନବାଧିକାରର ପ୍ରାସଙ୍ଗିକତା” ଥିଲା । ଏହି ଆଲୋଚନା ଚକ୍ରରେ ଅବସର ପ୍ରାପ୍ତ ରାଜନୀତି ବିଭାଗର ଅଧ୍ୟାପକ ଡଃ ଵିନୋଦ କୁମାର ପାତ୍ର ମୂଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ଅଧ୍ୟାପକ ଡଃ ଅସ୍ପିନୀ କୁମାର ପଣ୍ଡା ଙ୍କ ପୌରହିତରେ ମୂଖ୍ୟ ବକ୍ତା ପ୍ରଦୀପ ପ୍ରଜ୍ବୋଲନ କରି କାର୍ଯକ୍ରମକୁ  ପ୍ରାରମ୍ଭ କରିଥିଲେ। ମୁଖ୍ୟ ବକ୍ତା ଡଃ. ବିନୋଦ କୁମାର ପାତ୍ର ମାନବଧିକାରର ଗୁରୁତ୍ଵ ଓ ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅଧ୍ୟକ୍ଷ ଡଃ. ଅଶ୍ଵିନୀ କୁମାର ପଣ୍ଡା ମାନବଧିକାରର ମାନବ ଦିବସ ପାଳନର ଆବଶ୍ୟକତା ସମ୍ପର୍କରେ ଉଦବୋଧନ ଦେଇ କହିଥିଲେ ” ସବୁ ମଣିଷର ସମାନ ଅଧିକାର” ରହିଛି ଓ ଏହା ବିସୟରେ ବିସ୍ତାର ଭାବେ ଉଦବୋଧନ ଦେଇଥିଲେ। ବିଭାଗୀୟ ମୂଖ୍ୟ ନିରଞ୍ଜନ ପାଢ଼ୀ ମଣିଷର ଅଧିକର ସଂପର୍କରେ ସର୍ବିଶେଷ ଆଲୋଚନା କରିଥଲେ ।  ରାଜନୀତି ବିଭଗର ଅଧ୍ୟାପକ ଶ୍ରୀ ବିନନ୍ତ କୁମାର ଡ଼ଙ୍ଗ୍ରୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ସ୍ଥାନୀୟ +୨ ମହା ବିଦ୍ୟାଳୟର ରାଜନୀତି ବିଭଗର ଅଧ୍ୟାପକ ବିନୟ କୁମାର ମାଝୀ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ମାନବ ଦିବସ ସଂପର୍କରେ ଉଦବୋଧନ ଦେଇଥିଲେ  । ୪ ଜଣ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ପାଠ ଚକ୍ର ପାଠ କରି ମୂଖ୍ୟବକ୍ତା ଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜନୀତି ବିଭଗର ସମସ୍ତ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।