ଭୁବନେଶ୍ୱର: ଆରପାରିରେ ବରିଷ୍ଠ ଅଭିନେତା ବିଜୟ ପଟ୍ଟନାୟକ । ୭୮ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ବିଜୟ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି । ବିଜୟଙ୍କ ମୃତ୍ୟୁ ଖବର ଶୁଣି ଓଡିଉଡରେ ଖେଳିଯାଇଛି ଶୋକର ଛାୟା । ସାଥୀ କଳାକାରଙ୍କ ପକ୍ଷରୁ ବିଜୟଙ୍କ ପରିବାର ପ୍ରତି ସମବେଦନା ସହ ଏଭଳି କଠିନ ପରିସ୍ଥିତିରେ ନିଜକୁ ଦୃଢ କରିବାକୁ ଆଶ୍ୱାସନା ଦେଇଛନ୍ତି ।
ବିଜୟ ପଟ୍ଟନାୟକ ଜଣେ ଏକାଧାରାରେ ମଞ୍ଚ , ସିନେମା, ଏବଂ ଧାରାବାହିକ ଅଭିନୟ କରୁଥିଲେ । ନିଜର ନିଖୁଣ ଅଭିନୟ ଜରିଆରେ ଦର୍ଶକଙ୍କ ମନମୁଗ୍ଧ କରୁଥିଲେ । ଏପରିକି ତାଙ୍କର ଚମତ୍କାର ଅଭିନୟକୁ କେହି କେହି ନୂଆ ଟ୍ରେଣ୍ଡ ସେଟର ବୋଲି କହୁଥିଲେ । ତାଙ୍କ ନିଖୁଣ ଅଭିନୟ ପାଇଁ ସଙ୍ଗୀତ ଏକାଡେମୀ ପକ୍ଷରୁ ମଧ୍ୟସମ୍ମାନିତ ହୋଇଛନ୍ତି । ହେଲେ ଆଉ ନାହାନ୍ତି ଏହି ବରିଷ୍ଠ ଅଭିନେତା । ଦୁଃଖର ସାଗରରେ ସମସ୍ତଙ୍କୁ ଭସାଇ ଆରପାରିକୁ ଚାଲିଗଲେ ବିଜୟ ପଟ୍ଟନାୟକ ।