ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ସାଲେହ ମହମ୍ମଦଙ୍କ ବ୍ୟକ୍ତିଗତ ସଚିବ ପାକିସ୍ତାନ ପାଇଁ ଗୁପ୍ତଚର କରିବା ଅଭିଯୋଗରେ ଗିରଫ

0

ରାଜସ୍ଥାନ-: ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ସାଲେହ ମହମ୍ମଦଙ୍କ ବ୍ୟକ୍ତିଗତ ସଚିବ ପାକିସ୍ତାନ ପାଇଁ ଗୁପ୍ତଚର କରିବା ଅଭିଯୋଗରେ ଗିରଫ କରାଯାଇଛି । ତାଙ୍କ ନାମ ଶକୁର ଖାନ ହୋଇଥିବାବେଳେ ସେ ଜୈସଲମେରର ବାସିନ୍ଦା ବୋଲି ସୂଚନ ରହିଛି । ତାଙ୍କୁ ହେପାଜତକୁ ନିଆଯାଇ ନିରନ୍ତର ପଚରାଉଚରା କରାଯାଉଛି । ତାଙ୍କୁ ଜୟପୁର ଆଣିବା ପରେ ଗୁଇନ୍ଦା ସଂସ୍ଥାଗୁଡ଼ିକ ତାଙ୍କୁ ପଚରାଉଚରା କରୁଥିଲେ । ଶକୁର ଖାନ ଜୈସଲମେର ଜିଲ୍ଲା ନିଯୁକ୍ତି କାର୍ଯ୍ୟାଳୟରେ ସହକାରୀ ପ୍ରଶାସନିକ ଅଧିକାରୀ ଭାବରେ ନିଯୁକ୍ତ ଥିଲେ । ଗତ କିଛି ବର୍ଷ ମଧ୍ୟରେ ସେ ସାତ ଥର ପାକିସ୍ତାନ ଗସ୍ତ କରିଥିଲେ ।

ଅପରେସନ ସିନ୍ଦୁର ସମୟରେ ପାକିସ୍ତାନକୁ ଗୁପ୍ତଚର ସୂଚନା ଯୋଗାଇବାର ଅଭିଯୋଗ  ମଧ୍ୟ ତାଙ୍କ ବିରୁଦ୍ଧରେ ହୋଇଛି । ଜଣେ ସରକାରୀ କର୍ମଚାରୀ ହୋଇଥିବାରୁ ସେ ଗତ କିଛି ବର୍ଷ ଧରି ପୂର୍ବତନ ମନ୍ତ୍ରୀ ସାଲେହ ମହମ୍ମଦଙ୍କ ବ୍ୟକ୍ତିଗତ ସଚିବ ଭାବରେ କାର୍ଯ୍ୟ କରୁଥିଲେ । ରାଜସ୍ଥାନ ପୋଲିସ ଶକୁର ଖାନଙ୍କ ଗିରଫଦାରୀ ପରେ ତାଙ୍କୁ ଆଜି ସିଜେଏମ କୋର୍ଟରେ ହାଜର କରାଯିବ ।