ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍ ଅଫିସର ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ ଅତିରିକ୍ତ ଦାୟିତ୍ୱ । ତାଙ୍କୁ ଭାରତର ସୌରଶକ୍ତି ନିଗମ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ପରବର୍ତ୍ତୀ ନିଯୁକ୍ତି ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ।
ସୂଚନା ଅନୁଯାୟୀ , ଓଡ଼ିଶା କ୍ୟାଡରର ୧୯୯୪ ବ୍ୟାଚର ବରିଷ୍ଠ IAS ଅଧିକାରୀ ହେଉଛନ୍ତି ସନ୍ତୋଷ କୁମାର ଷଡ଼ଙ୍ଗୀ ö ଷଡ଼ଙ୍ଗୀଙ୍କ ଏହି ନୂଆ ଦାୟିତ୍ୱ ତାଙ୍କର ପୂର୍ବ ଅଭିଜ୍ଞତା ଓ ଦକ୍ଷତାକୁ ଆହୁରି ସଫଳତାର ସହ ବ୍ୟବହାର କରିବାର ଏକ ସୁଯୋଗ ପ୍ରଦାନ କରିବ । ସେ ପୂର୍ବରୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟରେ ଡାଇରେକ୍ଟର ଜେନେରାଲ ଅଫ ଫରେନ ଟ୍ରେଡ (DGFT) ଭାବେ କାର୍ଯ୍ୟ କରି ଦେଶର ରପ୍ତାନୀ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।