ସଇନ୍ତଲା ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ଯ  ଶିବିର ଅନୁଷ୍ଠିତ

0

ଟିଟିଲାଗଡ (ପ୍ରଶାନ୍ତ କୁମାର ମେହେର) : ବଲାଙ୍ଗୀର ଜିଲ୍ଲା ସଇନ୍ତଲା ବ୍ଳକ ରେଡକ୍ରସ ଭିନ୍ନ କ୍ଷମ ବିଦ୍ୟାଳୟ ପରିସରରେ ଭିନ୍ନ କ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ ହୋଇଯାଇଛି  । ସଇନ୍ତଳା ବିଡିଓ ବୀନୟ କୁମାର ଭୋଇଙ୍କ ତତ୍ତ୍ଵାବଧାନରେ ଏହି  ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ DSSO ମଦନ ଜିତ୍ ହୋତା  ,ତହସିଲଦାର  ଏମ୍. କେର୍ କେଟା ,ଜିଲ୍ଲାପରିଷଦ  ପ୍ରମୋଦ ଭୋଇ   CDPO ସବିତା ଦାସ  ଆତିଥ୍ଯ ଗ୍ରହଣ କରିଥିଲେ  ।  21 ପ୍ରକାର ରର ଭିନ୍ନକ୍ଷମ ମାନଙ୍କୁ ସରକାର ବିଭିନ୍ନ ସୁବିଧାସୁଯୋଗ ଦେବା ସହ ପ୍ରମାଣ ପତ୍ର,ସାଇକେଲ, ବାଡି ଏବଂ ଅନେକ ପ୍ରକାରର   ଜିନିଷପତ୍ର ପ୍ରଦାନ କରାଯାଇ ଥିଲା । ଭିନ୍ନକ୍ଷମ ଭାଇ ଭଉଣୀମାନଙ୍କ ଦ୍ବାରା ନୃତ୍ଯ ସଂଗୀତ ପରିବେଷଣ କରିଥିବା ବେଲେ ଜିଲ୍ଲାପରିଷଦ ପ୍ରମୋଦ କୁମାର ଭୋଇ  ଭିନ୍ନକ୍ଷମ ମାନଙ୍କ  ଦୁଃଖସୁଖ  ବୁଝି ସମସ୍ୟାର ସମାଧାନ କରିବାକୁ ଚେଷ୍ଟାକରିଥିଲେ  ।