ସୋନପୁର : ପଙ୍ଖାରେ ଝୁଲି ପଡିଲେ ହାବିଲଦାର । ଏଭଳି ଘଟଣା ଘଟିଛି ଲଛିପୁର ଥାନା ଲୁପୁରସିଂହା ଗ୍ରାମରେ । ତେବେ ମୃତ ହାବିଲଦାର ଜଣକ ହେଲେ ନିମାଇଁ ଚରଣ ଖଣ୍ଡଗିରି (୩୩) ବୋଲି ସୂଚନା ରହିଛି । ତେବେ ନିମାଇଁ ସୋନପୁର ରିଜର୍ଭପୁଲିସରେ ଭାବେ କାର୍ଯ୍ୟ ରତ ଥିଲେ । ତେବେ ତାଙ୍କର ଆତ୍ମହତ୍ୟା ନେଇ ଲଛିପୁର ଥାନାରେ ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ତେବେ ନିମାଇଁ ଚରଣ ଗତକାଲି ରାତି ପ୍ରାୟ ଦଶଟାରେ ନିଜ ଘରେ ବନ୍ଦ କରି ରହିଥିଲେ । ପରିବାର ଲୋକେ ତାଙ୍କୁ ଡାକିଥିବା ବେଳେ ସେ ନ ଉଠିବାରୁ କବାଟ ଭାଙ୍ଗି ଭିତରକୁ ଗଲା ବେଳକୁ ସେ ପଙ୍ଖାରେ ଝୁଲି ରହିଥିବା ଦେଖିବାକୁ ମିଳିଥିଲା । ତୁରନ୍ତ ତାଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛିଜ୍ଝ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ତେବେ କେଉଁ କାରଣରୁ ନିମାଇଁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନି ।