ତଣ୍ଟି କାଟୁଥିଲା, ବଡ଼ପାଟିରେ ହସୁଥିଲା ସିରିଏଲ କିଲର

0

(ପ୍ରିୟଦର୍ଶନୀ ସ୍ୱାଇଁ): ସାଇକୋ କିଲରର ପର୍ଦ୍ଦାଫାସ କଲା ପୋଲିସ । ୩ଟି ହତ୍ୟାକାଣ୍ଡ ପରେ କଟକରୁ ଫେରାର ହୋଇ ଯାଇଥିଲା ସିରିୟଲ କିଲର । ଯାହା ପୋଲିସକୁ ତଦନ୍ତର ଖୋରାକ ଯୋଗାଇ ଥିଲା । ଗିରଫ ହୋଇଥିବା ଅଭିଯୁକ୍ତ ନିକଟରୁ ପୋଲିସ ଚାଞ୍ଚଲ୍ୟକର ତଥ୍ୟ ଆଦାୟ କରିଛି । ହତ୍ୟାକାରୀ ବାହାରେ ଶୋଇଥିବା ଲୋକଙ୍କୁ ଏକ ଟାଙ୍ଗିଆ ପରି ଧାରୁଆ ଅସ୍ତ୍ରରେ ଆକ୍ରମଣ କରୁଥିଲା । ପରେ ତଣ୍ଟିକୁ ସମ୍ପୁର୍ଣ୍ଣ ରୁପେ କାଟୁଥିଲା । ଆଶ୍ଚର୍ଯ୍ୟକର କଥା ମୃତକମାନେ ଛଟପଟ ହେଉଥିବା ସମୟରେ ହତ୍ୟାକାରୀ ବଡ଼ ପାଟିରେ ହସୁଥିଲା ।
ସୂଚନାନୁଯାୟୀ, ହତ୍ୟାକାରୀ ନାରାୟଣ ସାଇକୋ ବ୍ୟକ୍ତି ଭଳି ବ୍ୟବହାର କରୁଛି । ତାକୁ ଧରିବା ପାଇଁଁ ପୋଲିସ ୫ଟି ଟିମ ଗଠନ କରିଥିଲା । ଆଜି ସକାଳେ କିଲର ଧରାପଡ଼ିଥିବା ଡ଼ିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି ।