ପୋଖରୀରେ ବୁଡି ୭ଜଣ ପିଲାଙ୍କ ମୃତ୍ୟୁ

0

(ମମତା ସାମଲ)ରିପୋର୍ଟସଟୁଡେ: ବିହାରର ଛପରା ଇସୁଆପୁର ଅଞ୍ଚଳର ଡୋଏଲା ଗାଁରେ ଘଟିଛି ଅଭାବନୀୟ ଘଟଣା । ଗାଁର ୭ଜଣ ପିଲା ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ।
ସୂଚନାଅନୁଯାୟୀ, ଡୋଏଲା ଗାଁ ପାଖରେ ଥିବା ଏକ ପୋଖରୀ ନିକଟରେ ଗଛକଟା କାମ ଚାଲିଥିଲା । ଉକ୍ତ ସମୟରେ ପିଲାମାନେ ସେଠାରେ ଖେଳୁଥିଲେ । ଗଛଟି ପୋଖରୀରେ ପଡିବା କାରଣରୁ ପାଖରେ ଥିବା ଏକ ଗାତ ନିକଟରେ ଜମା ହୋଇଯାଇଥିଲେ । ଜଣେ ପିଲା ଗାତକୁ ଡେଇଁପଡିଥିଲା । ଜଣକୁ ଦେଖି ଅନ୍ୟ ସମସ୍ତ ୬ଜଣ ପିଲା ବଞ୍ଚାଇବାକୁ ଯାଇ ଉକ୍ତ ଗାତକୁ ଡେଇଁ ପଡିଥିଲେ । କିନ୍ତୁ ସମସ୍ତେ ବୁଡି ଯାଇଥିଲେ। ଗାଁ ଲୋକେ ପିଲାମାନଙ୍କୁ ଖୋଜିବା ପରେ ଏହା ଜାଣିବାକୁ ପାଇଥିଲେ। ପ୍ରଥମେ ପିଲାମାନଙ୍କୁ ଉସୁଆପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପିଲାମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପିଲାମାନଙ୍କ ମୃତ୍ୟୁରେ ଗାଁରେ ଶୋକଛାୟା ଖେଳିଯାଇଛି।