ଇଂଲଣ୍ଡ କ୍ରିକେଟ ଟିମରେ ୭ ଜଣଙ୍କୁ କରୋନା

ଲଣ୍ଡନ : ଇଂଲଣ୍ଡ କ୍ରିକେଟ୍ ଟିମକୁ ଲାଗିଛି ବଡ ଝଟକା ଲାକିଛି । ଇଲଣ୍ଡ ଟିମ୍ ର ସାତ ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ । ତିନି ଜଣ ଖେଳାଳି ଓ ଚାରିଜଣ ଷ୍ଟାଫ୍ ସାମିଲ୍ ଅଛନ୍ତି । ଏଥିପାଇଁ ଇଂଲଣ୍ଡ ଟିମ ଆଇସୋଲେସନକୁ ଯାଇଛି। ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଏକ ବିବୃତ୍ତି ଜାରି କରି କହିଛି, ‘ବ୍ରିଷ୍ଟଲରେ ସୋମବାର କରାଯାଇଥିବା ପିସିଆର୍ ଟେଷ୍ଟରେ ଇଂଲଣ୍ଡ ପୁରୁଷ ଦିନିକିଆ ଟିମର ୭ଜଣ ସଦସ୍ୟ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ଯେଉଁଥିରେ ତିନିଜଣ ଖେଳାଳି ଓ ୪ଜଣ ଷ୍ଟାଫ୍ ସାମିଲ୍ ଅଛନ୍ତି।’ ୟୁକେ ସରକାରଙ୍କ କୋଭିଡ୍ ପ୍ରୋଟୋକଲ୍ ଅନୁଯାୟୀ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଜୁଲାଇ ୪ ତାରିଖରୁ ସେଲଫ-ଆଇସୋଲେସନରେ ରହିବାକୁ କୁହାଯାଇଛି। ଟିମର ବାକି ସଦସ୍ୟ ମଧ୍ୟ ସଂସ୍ପର୍ଶରେ ଆସିଛନ୍ତି ଏବଂ ସେମାନେ ମଧ୍ୟ ନିଜକୁ ଆଇସୋଲେସନରେ ରଖିଛନ୍ତି।