ସୁବର୍ଣ୍ଣପୁର ସହରର ସାମୁହିକ ଉନ୍ନତି ସକାଶେ ମାନ୍ୟବର ଗୃହ କମିଟି ଅଧ୍ୟକ୍ଷ ଲକ୍ଷ୍ମଣ ବାଘଙ୍କୁ ସାତଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

0

ସୁବର୍ଣ୍ଣପୁର-: ସୁବର୍ଣ୍ଣପୁର ସହରର ସାମୁହିକ ଉନ୍ନତି ସକାଶେ ସହର ବାସୀଙ୍କ ତରଫରୁ ସଚେତନ ନାଗରିକ ମଞ୍ଚର ଏକ ପ୍ରତିନିଧି ମଣ୍ଡଳ ସର୍କିଟ ହାଉସ୍ ଠାରେ ମାନ୍ୟବର ଗୃହ କମିଟି ଅଧ୍ୟକ୍ଷ ଲକ୍ଷ୍ମଣ ବାଘଙ୍କୁ ସାକ୍ଷାତ କରି ଏକ ସାତଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ସହି ସତ ଦଫା ଦାବି ସମୂହ ହେଉଛି-:

୧. ସୁବର୍ଣ୍ଣପୁର ସଦର ମହକୁମାରେ ପ୍ରସ୍ତାବିତ ମଡେଲ୍‌ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ।

୨. ବହୁ ପ୍ରତୀକ୍ଷିତ ମହାନଦୀ ସେତୁ ଠାରୁ ତେଲନଦୀ ସେତୁ ପର୍ଯ୍ୟନ୍ତ ରିଂରୋଡ୍ କାର୍ଯ୍ୟକୁ ତୁରନ୍ତ ସମ୍ପୂର୍ଣ୍ଣ  କରିବା ।

୩. ସୋନପୁର ମହାବିଦ୍ୟାଳୟ ଓ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟକୁ ସରକାରୀ ମନ୍ୟତା ପ୍ରଦାନ କରି ଜିଲ୍ଲାର ଶିକ୍ଷା କ୍ଷେତ୍ରକୁ ସୁଦୃଢ କରିବା ।

୪. କେନ୍ଦୁପତ୍ର ଡିଭିଜନ୍ କାର୍ଯ୍ୟାଳୟ ଖୋଲିବା ।

୫. ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହରକୁ ଏକ ହେରିଟେଜ୍ ସହର ଭାବରେ ଗଢିତୋଳିବା ସହିତ ଜିଲ୍ଲାର ଚାରି ମୁଖ୍ୟ ପ୍ରବେଶ ପଥରେ ତୋରଣ ନିର୍ମାଣ କରି ମନ୍ଦିର ମାଳିନୀ ସହର ସ୍ୱାଗତ କରୁଛି ଲେଖା ଯାଇ ସହରର ଶ୍ରୀବୃଦ୍ଧି କରିବା ।

ଜିଲ୍ଲାର ସଦର ମହକୁମାରେ ରହିଥିବା ରାଜା କୋଠା ଓ ଶଶୀସେଣାର ସ୍ମୃତି ବହନ କରୁଥିବା ନିମୁହିଁ ମନ୍ଦିରକୁ ଐତିହ୍ୟ ସ୍ଥଳୀର ମନ୍ୟତା ସହ ସରକାର ତାର ରକ୍ଷଣା ବେକ୍ଷଣା ଦାଇତ୍ୱ ନେବେ ।

୬. ଜାତୀୟ ରାଜପଥରୁ ରେଳଷ୍ଟେସନକୁ ଏକ ରାସ୍ତା ନିର୍ମାଣ କରିବା ।

ଏହି ଦାବିପତ୍ର ପ୍ରଦାନ ସମୟରେ ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ର, ମହେଶ ପୁଜାରିଙ୍କ ସମେତ ଅକ୍ଷୟ କୁମାର ସେଠୀ, ଦୁଃଖ୍ରାମ ନାୟକ, ବିନୋଦ ମେହେର, ନରେନ୍ଦ୍ର କ୍ଷେତି ପ୍ରମୁଖ ଉପସ୍ଥିତ ଥିଲେ ।