ତିଦ୍ଦତରେ ଭୟଙ୍କର ଭୂକମ୍ପ ଅନୁଭୂତ: ଗଲାଣି ୫୩ ଜଣଙ୍କ ଜୀବନ

0

ନୂଆଦିଲ୍ଲୀ : ଭୟଙ୍କର ଭୂକମ୍ପରେ ଥରିଲା ନେପାଳ ଏବଂ ଭୁଟାନ । ଏହି ଭୂକମ୍ପ ର ତୀବ୍ରତା ରିକ୍ଟର ସ୍କେଲରେ  ୭.୧ ରେକର୍ଡ କରାଯାଇଛି । ନେପାଳ ଲୋବୁଚେ ଭୂକମ୍ପ ର କେନ୍ଦ୍ରସ୍ଥଳ ରହିଛି । ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି । ଆଜି ସକାଳେ ୬ଟା ୩୫ରେ ଭୂକମ୍ପ ଅନୁଭୁତ ହୋଇଥିଲା । ୧ ଘଣ୍ଟା ଭିତରେ ୬ଥର ଭୂକମ୍ପ ହୋଇଥିବା ଜଣାପଡିଛି । ଏହାର ପ୍ରଭାବ ଚୀନ୍‌ ସମେତ ଭାରତର ଦିଲ୍ଲୀ, ବିହାର, ଆସାମ ଏବଂ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଦେଖାଯାଇଛି। ରିପୋର୍ଟ ଅନୁସାରେ ଜଣାପଡିଛି ଯେ,  ଭୂକମ୍ପ ରେ ପାଖାପାଖି ୫୩ ଜଣଙ୍କର ମତ୍ୟୁ ହୋଇଛନ୍ତି । ନେପାଳ ସୀମା ନିକଟ ତିଦ୍ଦତରେ ଆଜି ସକାଳେ ଭୂକମ୍ପ ହୋଇଥିଲା । ନେପାଳର ୮୪ କିଲୋମିଟର ଉତ୍ତର- ପଶ୍ଚିମ ଲୋବୁଚେ ଏହି ଭୂକମ୍ପ ର କେନ୍ଦ୍ରସ୍ଥଳ ରହିଛି ।  ଏହାର ପ୍ରଭାବ ଭାରତରେ ଦିଲ୍ଲୀ , ବିହାର , ଆସାମ ଏବଂ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଦେଖାଦେଇଛି । ଭୁକମ୍ପରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ତା ସହ ବଡ ବଡ କୋଠା  ଭଙ୍ଗିଯାଇଛି  । ସେଠାକାର ଜଣେ ବାସିନ୍ଦା ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ଶୋଇଥିବା ଅବସ୍ଥାରେ ବିଛଣା ଏବଂ ଝରକା  ଥରି ଉଠିଥିଲା । ଏହା ଜୋରରେ ଥରିବାରୁ ମୁଁ ଭୟଭୀତ ହୋଇଯାଇଥିଲି ।  ସୂଚନା ଅନୁସାରେ ଜଣାପଡିଛି,  ମଙ୍ଗଳବାର ଦିନ ତିନୋଟି ଦେଶକୁ ଭୂକମ୍ପ ର ଝଟକା ଲାଗିଥିଲା ।  ନେପାଳରେ  ହୋଇଥିବା ଭୁକମ୍ପର ତୀବ୍ରତା ରିକ୍ଟର ସ୍କେଲରେ  ୭.୧ ଥିଲା ।   ବିହାର , ସିକ୍କିମ , ଆସାମ ଏବଂ  ଉତ୍ତର ବେଙ୍ଗଲ ସମେତ  ଭାରତର ଅନେକ ଅଞ୍ଚଳରେ  ମଧ୍ୟ ଭୂକମ୍ପ ଅନୂଭୂତ ହୋଇଥିଲା । ତିଦ୍ଦତରେ  ୬.୮  ତୀବ୍ରତାର ଭୂକମ୍ପ ହୋଇଥିବା ରେକର୍ଡ କରାଯାଇଛି । ଚୀନର ରାଜ୍ୟ ପ୍ରସାରଣକାରୀ ସିସିଟିଭି ଅନୁଯାୟୀ ଜଣାପଡିଛି ଯେ  ଗତ ୫ ବର୍ଷ ମଧ୍ୟରେ  ୨୯ ଥର ଭୂକମ୍ପ ହୋଇଥିଲା  । ତାହା ତୁଳନାରେ ମଙ୍ଗଳବାର ହୋଇଥିବା ଭୂକମ୍ପଟି ସବୁଠାରୁ ଛୋଟ ଥିଲା ।