ଫିଜିଓଥେରାପି ସେଣ୍ଟରରେ ଦେହ ବ୍ୟବସାୟ

0

(ରିପୋର୍ଟସ ଟୁଡ଼େ)ଭୁବନେଶ୍ବର: ଆଜି ଲକ୍ଷ୍ମୀ ସାଗର ନିକଟସ୍ଥ ଓକିଲବାଗ ନିକଟ ଫିଜିଓଥେରାପି ସେଣ୍ଟରରେ ଲକ୍ଷ୍ମୀସାଗର ଥାନା ପକ୍ଷରୁ ଚଢାଉ କରାଯାଇଥିଲା । ଫିଜିଓଥେରାପି ସେଣ୍ଟରରୁ ୪ ଦେହଜୀବିଙ୍କ ସହିତ ୨ ଗ୍ରାହକ ଧରାପଡ଼ିଛନ୍ତି। ତେବେ ଗିରିଜା ପ୍ରସାଦ ସେନାପତି ,ସୁଧାଂଶୁ ରଞ୍ଜନ ମିଶ୍ର ଆଦି କିଛି ବ୍ୟକ୍ତି ମିଶି ଏହି ଫିଜିଓଥେରାପି ସେଣ୍ଟର ଚଳାଉ ଥିବା ଜଣାପଡିଛି । ସମସ୍ତଙ୍କୁ ପୋଲିସ୍ ଅଟକ ରଖିବା ସହିତ ଅଧିକ ତଦନ୍ତ ଜାରି ରଖିଛି।