ମହିଳା ଯୌନଉତ୍ପୀଡନ ମାମଲା: ଅଭିଯୁକ୍ତର ପରିଚୟ ସାର୍ବଜନୀନ ନ କରିବାକୁ ନେଇ କେନ୍ଦ୍ରକୁ ନୋଟିସ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ମହିଳାଙ୍କ ସହ ଯୌନ ଉତ୍ପୀଡନ, ଦୁଷ୍କର୍ମ, ଅସଦାଚରଣ ପରି ମାମଲାରେ ଦୋଷ ସିଦ୍ଧ ନ ହେବା ପର୍ଯ୍ୟନ୍ତ ଅଭିଯୁକ୍ତର ପରିଚୟ ସାର୍ବଜନୀନ ନ କରିବାକୁ ହୋଇଥିବା ଏକ ଜନହିତ ଯାଚିକ ଉପରେ ସୁପ୍ରିମ କୋର୍ଟ କେନ୍ଦ୍ରକୁ ନୋଟିସ କରିଛନ୍ତି। ଏହା ଉପରେ କୋର୍ଟ କେନ୍ଦ୍ରର ରାୟ ମାଗିଛନ୍ତି ।
ଋିପକ କଂସଲ ଓ ୟୁଥ ବାର ଆସୋସିଏସନ ଅଫ ଇଣ୍ଡିଆ ନାମକ ସଂସ୍ଥା ଦ୍ୱାରା ସୁପ୍ରିମ କୋର୍ଟରେ ଏକ ଜନହିତ ଯାଚିକା ଦାଖଲ ହୋଇଥିଲା । ଯାଚିକାରେ ଉଲ୍ଲେଖ କରାଯାଇଥିଲା,  ମହିଳାଙ୍କ ଯୌନଉତ୍ପୀଡନ ମାମଲା: ଅଭିଯୁକ୍ତର ପରିଚୟ ସାର୍ବଜନୀନ ନ କରିବାକୁ ନେଇ କେନ୍ଦ୍ରକୁ ନୋଟିସହିଳା ଓ ଶିଶୁ ଯୌନଉତ୍ପୀଡନ ପରି ମାମଲାରେ ମିଥ୍ୟା ରିପୋର୍ଟ ଦାୟର ହେଉଥିଲେ ଅଭିଯୁକ୍ତର ପରିଚୟ ସାବୟଜନୀନ ହେବାରୁ ତାର ସାମାଜିକ ପ୍ରତିଷ୍ଠା କ୍ଷୁର୍ଣ୍ଣ ହେଉଛି । ସମ୍ବିଧାନ ପକ୍ଷରୁ ତାକୁ ମିଳୁଥିବା ସମ୍ମାନ ସହ ବଞ୍ôଚବାର ଅଧିକାରକୁ କ୍ଷୁର୍ଣ୍ଣ କରିଥାଏ । ଏତଦ୍ ବ୍ୟତୀତ ଆଇନ ଅନୁଯାୟୀ, ଜଣେ ଯେ ପର୍ଯ୍ୟନ୍ତ ଦୋଷୀ ସାବ୍ୟସ୍ତ ହୋଇନାହିଁ, ସେ ନିର୍ଦ୍ଦୋଷ ଧରାଯିିବ ।