ୱାଶିଂଟନ: ନ୍ୟୁୟର୍କ ଗଭର୍ଣ୍ଣର ଏଣ୍ଡ୍ର୍ୟୁ ଗ୍ୟୁମୋ ବିରୋଧରେ ଯୌନ ଶୋଷଣ ଅଭିଯୋଗ । ଗଭର୍ଣ୍ଣର ଜବରଦସ୍ତି ଜଣେ ମହିଳାଙ୍କୁ ଚୁମ୍ବନ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ସେ ତାଙ୍କୁ ଯୌନ ଶୋଷଣ କରିବା ସହ ତାଙ୍କ ପରିବାର ପ୍ରତି ଅପମାନଜନକ ବ୍ୟବହାର ପ୍ରଦର୍ଶନ କରିଥିବା ପୀଡିତା ମହିଳା ଶେରି ଭିଲେ ଅଭିଯୋଗ କରିଛନ୍ତି।
୨୦୧୭ରେ ହୋଇଥିବା ବନ୍ୟା ପରେ କ୍ଷୟକ୍ଷତିର ଆକଳନ କରିବା ପାଇଁ ନ୍ୟୁୟର୍କ ଗଭର୍ଣ୍ଣର ଏଣ୍ଡ୍ର୍ୟୁ ଗ୍ୟୁମୋ ଉକ୍ତ ମହିଳାଙ୍କ ଘରକୁ ଯାଇଥିଲେ। ସେଠାରେ ତାଙ୍କୁ ବିନା ସହମତିରେ ଏଣ୍ଡ୍ରୁ ତାଙ୍କୁ କିସ୍ କରିଥିଲେ। କେବଳ ସେତିକି ନୁହେଁ ପୀଡିତାଙ୍କ ହାତ ଧରି ଏଣ୍ଡ୍ରୁ ତାଙ୍କ ପ୍ରତି ଅଶାଳୀନ ଭାଷାର ବ୍ୟବହାର କରିଥିଲେ । ଏବେ ସେହି କିସର ଫଟୋକୁ ମହିଳା ଜାରି କରିଛନ୍ତି । ତେବେ ଏଣ୍ଡ୍ରୁଙ୍କ ବିରୋଧରେ ଯୌନ ଶୋଷଣର ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ଅନେକ ମହିଳା ଉକ୍ତ ଭଗର୍ଣ୍ଣରଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି।