ପୁଣି ହରଡଘଣାରେ ଏମବିସି ଟିଭି

0

(ରିପୋଟର୍ସ ଟୁଡେ): ପୁଣି ହରଡଘଣାରେ ଏମବିସି ଟିଭି । ଚ୍ୟାନେଲର ବର୍ତମାନର କାର୍ଯ୍ୟ ନିର୍ବାହି ଅଧକ୍ଷ୍ୟ ବିଶ୍ୱନାଥ ଶତପଥୀଙ୍କ ବିରୋଧରେ କାଷ୍ଟିଙ୍ଗକାଉଚର ଅଭି୍ଯୋଗ ସହ ଆଉ ୫ ଜଣଙ୍କ ନାମରେ ମାନସିକ ନିର୍ଯ୍ୟାତନା । ଏ ଅଭିଯୋଗ ଆଉ କେହି ନୁହଁ, ଅଭି୍ଯୋଗ ଆଣିଛନ୍ତି ଏମମ୍ବିସିରେ କାର୍ଯ୍ୟରତ ଥିବା ଏକ ଯୁବତି । ଗତ ୨ ତାରିଖରେ ସେହି ଯୁବତି, ଜଣକ ମହିଳା ଥାନା ରେ ଅଭିଯୋଗ ଆଣିଥିଲେ ।

କିଛି ବନିବାର ସ୍ୱପ୍ନ ନେଇ, ଅନ୍ୟକୁ ସାହାଯ୍ୟ କରିବାର ଆଶା ନେଇ ଝିଅଟିଏ ପଢିଥାଏ ସାମ୍ବାଦିକତା କିନ୍ତୁ ସେ ଜାଣି ନଥାଏ ଗୋଟେ ବଡ ସାମ୍ବାଦିକ ହେବାକୁ ହେଲେ ଏଠି ତାହାର ଦେହ ଦେବାକୁ ପଡିଥାଏ ସେତେବେଳେ ତାର ସ୍ୱପ୍ନ ଓ ଆଶା ପାଣି ଫୋଟକା ପରି ଫାଟିଯାଇଥାଏ ।

ସୁଚନା ମୂତାବଲ ଯୁବତି ଜଣଙ୍କ ପ୍ରଥମେ ଡେସ୍କରେ କାମ କରଥିଲେ । ପରେ ତାଙ୍କୁ ନ୍ୟୁଜ୍ ଆଙ୍କର କରେଇବାକୁ କହି ଚ୍ୟାନେଲର ହେଡ ତାଙ୍କୁ ପ୍ରଲୋଭନ ଦେଖେଇଥିଲେ । ପରବର୍ତି ସମୟରେ ଏହାର ସୁଯୋଗ ନେଇ, ଯୁବତିଜଣଙ୍କ ସହ ବହୁବାର ଅସଦାଚାରଣ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଯୁବତି ଜଣଙ୍କ ପାଟି ଖୋଲିବାରୁ ତାଙ୍କୁ ଚାକିରିରୁ କାଢିବାକୁ କହିବା ସହ ନୋଟିସ ପିରିୟଡରେ ରଖାଯାଇଥିଲା ତେଣୁ କୌଣସି ଉପାୟ ନପାଇ ଯୁବତି ଜଣଙ୍କ ଉକ୍ତ ଚ୍ୟାନେଲର କାର୍ଯ୍ୟ ନିର୍ବାହି ଅଧକ୍ଷଙ୍କ ସମେତ ଅନ୍ୟ ୫ ଜଣଙ୍କ ନାମରେ ମହିଳା ଥାନାରେ ଅଭିଯୋଗ ଆଣିଛନ୍ତି । କିନ୍ତୁ ଦୁଃଖର ବିଷୟ ଏହି ଘଟଣାକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ମହିଳା ଥାନା ପୋଲିସ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହିଁ ।

ତେବେ ସବୁଠାରୁ ବଡ କଥା ଗୋଟିଏ ମହିଳାର ସଙ୍ଗିନ ଅଭିଯୋଗକୁ ଖାମଖିଆଲି ନେବା କେତେ ଦୂର ଠିକ୍ । ପୋଲିସ ଚୁପ କ’ଣ ପାଇଁ ? କ’ଣ ପାଇଁ ଏ ପର୍ଯ୍ୟନ୍ତ ନ୍ୟାୟ ଦେବାକୁ ପୋଲିସ ବିଳମ୍ବ କରୁଛି । ନ୍ୟାୟ ତ ଦୂରର କଥା ଏ ପର୍ଯ୍ୟନ୍ତ ତଦନ୍ତ ବି କରି ନାହିଁ, କ’ଣ ଡରି ଗଲେ କି ପୋଲିସି..? କି ଚ୍ୟାନେଲ ହେଡଙ୍କ ପାଖରୁ ହାତଗୁଞ୍ଜା ନେଇ କେସ୍ ଟିକୁ ଦବେଇ ଦେବାର ପ୍ରୟାସ କରୁଛି । ସେପଟେ ଅଭିଯୋଗ ଆଣିଥିବା ଯୁବତି ଜଣଙ୍କ କହିଛନ୍ତି କି ଏଠି ନ୍ୟାୟ ସମସ୍ତଙ୍କ ପାଇଁ ସମାନ, ତ ନ୍ୟାୟ ଦେବାରେ ଡର କାହିଁକି । ମୋର ଆଇନି ଉପରେ ଭରଷା ଅଛି ମତେ ନିଶ୍ଚିତ ନ୍ୟାୟ ମିଳିବ । ଯଦି ଥାନାରେ କିଛି ନ ହୁଏ ତାହାଲେ ନ୍ୟାୟ ପାଇଁ ମୁଁ ଉପରିସ ଅଧିକାରୀଙ୍କ ପାଖକୁ ଯିବି ।