କିଙ୍ଗ ଖାନ୍‌ଙ୍କ ଡ୍ରାଇଭରଙ୍କୁ NCBର ଜେରା

ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ଘରେ ପହଞ୍ଚିଲା ଏନ୍‌ସିବି। କିଙ୍ଗଖାନ୍‌ଙ୍କ ଡ୍ରାଇଭରଙ୍କୁ ପଚରାଉଚରା ପାଇଁ ପୂର୍ବରୁ ଏନ୍‌ସିବି ସମନ ପଠାଇଥିଲା।

0

(ମୁମ୍ବାଇ) : ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ଘରେ ପହଞ୍ଚିଲା ଏନ୍‌ସିବି। କିଙ୍ଗଖାନ୍‌ଙ୍କ ଡ୍ରାଇଭରଙ୍କୁ ପଚରାଉଚରା ପାଇଁ ପୂର୍ବରୁ ଏନ୍‌ସିବି ସମନ ପଠାଇଥିଲା। ଏହାପରେ ଆଜି ତାଙ୍କ ଡ୍ରାଇଭର ଏନ୍‌ସିବି ଅଫିସରେ ଯାଇ ପହଞ୍ଚିଥିଲେ। ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖଙ୍କ ପୁଅ ଆର୍ଯ୍ୟନ ଗିରଫ ହେବା ପରେ ଏବେ ଆର୍ଥର ରୋଡ୍‌ ଜେଲ୍‌ରେ ଅଛନ୍ତି। ତାଙ୍କୁ ଜେଲ୍‌ର କ୍ୱାରେଣ୍ଟାଇନ୍‌ ସେଲ୍‌ ନମ୍ବର-୧ରେ ରଖାଯାଇଛି। ତାଙ୍କ ସହ ଅନ୍ୟ ୫ ଅଭିଯୁକ୍ତ ମଧ୍ୟ ସେଠାରେ ଅଛନ୍ତି। ଅନ୍ୟ ମହିଳା ଅଭିଯୁକ୍ତଙ୍କୁ ବାଇକୁଲା ଜେଲ୍‌ରେ ରଖାଯାଇଛି।

ସୂଚନାନୁଯାୟୀ , ୮ ତାରିଖ ଦିନ ମୁମ୍ବାଇର କିଲା କୋର୍ଟ ଆର୍ଯ୍ୟନ୍‌ଙ୍କ ସମେତ ଅନ୍ୟ ୮ ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ଏହାପରେ ତାଙ୍କ ମୁକୁଳିବା ଆଶା ମଉଳି ଯାଇଥିଲା। ଆର୍ଯ୍ୟନ୍‌ଙ୍କ ଓକିଲ ସୋମବାର ସେସନ୍‌ କୋର୍ଟର ଦ୍ୱାରସ୍ଥ ହେବେ। ସେଠାରେ ସେ ଆର୍ଯ୍ୟନଙ୍କ ଜାମିନ ଆବେଦନ କରିବେ। ଅକ୍ଟୋବର ୨ ତାରିଖ ଦିନ ମୁମ୍ବାଇରୁ ଗୋଆ ଯାଉଥିବା ଜାହାଜ ଉପରେ ଏନ୍‌ସିବି ଚଢ଼ାଉ କରିଥିଲା। ଏହି ସମୟରେ ଆର୍ଯ୍ୟନ୍‌ ଖାନ୍‌ଙ୍କ ସମେତ ତାଙ୍କ ବନ୍ଧୁ ଅରବାଜ ମର୍ଚ୍ଚେଣ୍ଟ ମଧ୍ୟ ଏନ୍‌ସିବି ହାତରେ ଧରାପଡିଥିଲେ।