ଡ୍ରଗ୍ସ ମାମଲା : ଶ୍ରଦ୍ଧା କପୁରଙ୍କ ଭାଇଙ୍କୁ ମିଳିଲା ଜାମିନ

ସିଦ୍ଧାନ୍ତ କପୁରଙ୍କୁ ମିଳିଲା ଜାମିନ ।

0

(ମୁମ୍ବାଇ) : ସିଦ୍ଧାନ୍ତ କପୁରଙ୍କୁ ମିଳିଲା ଜାମିନ । ବଲିଉଡ଼ ଅଭିନେତା ଶ୍ରଦ୍ଧା କପୁରଙ୍କ ଭାଇ ହେଉଛନ୍ତି ସିଦ୍ଧାନ୍ତ । ମେଡିକାଲ ରିପୋର୍ଟରେ ଡ୍ରଗ୍ସ ନେବାର ସାମ୍ପୁଲ ମିଳିବା ପରେ ସୋମବାର ତାଙ୍କୁ ଗିରଫ କରାଯାଇଥିଲା । ଅନ୍ୟ ଚାରି ଜଣଙ୍କୁ ବି ଜାମିନ ମିଳିଯାଇଛି । ତେବେ ସିଦ୍ଧାନ୍ତ କପୁର ଏବଂ ଅନ୍ୟ ୪ଜଣଙ୍କୁ ଯେତେବେଳେ ଡକାଯିବ ପୁଲିସ ସାମ୍ନାରେ ହାଜର ହେବାକୁ ପଡ଼ିବ ।

ସିଦ୍ଧାନ୍ତ କପୁରଙ୍କୁ ବେଙ୍ଗାଲୁର ପୁଲିସ ରବିବାର ରାତି ସହରର ଏକ ପାର୍ଟିରୁ ଖବରପାଇ ଡ୍ରଗ୍ସ ନେବା ଅଭିଯୋଗରେ ଗିରଫ କରି ହାଜତକୁ ନେଇଥିଲା । କପୁର ‘ଶୁଟଆଉଟ ଏଟ ବଡାଲା’ ଏବଂ ‘ଅଗଲୀ’ ଭଳି ଫିଲ୍ମରେ ଅଭିନୟ କରିଥିଲେ ଏବଂ ‘ଢୋଲ’ ଭଳି ଫିଲ୍ମରେ ସହ ନିର୍ଦ୍ଦେଶକ ଭାବେ କାମ କରିଥିଲେ । ରେଭ ପାର୍ଟିରେ ପାଖାପାଖି ୩୫ଲୋକ ଉପସ୍ଥିତ ଥିଲେ ଏବଂ ସିଦ୍ଧାନ୍ତଙ୍କୁ ବି ପାର୍ଟିରେ ଡକାଯାଇଥିଲା।

ମିଳିଥିବସୁଚନାନୁଯାୟୀ , ବଲିଉଡ ଅଭିନେତା ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ କପୁର ଡ୍ରଗ୍ସ ନେଇଛନ୍ତି । ତାଙ୍କର ରକ୍ତ ପରୀକ୍ଷା ରିପୋର୍ଟରୁ ଜଣାପଡିଛି ଯେ ସେ ଡ୍ରଗ୍ସ ନେଉଛନ୍ତି । ତାଙ୍କୁ ଉଲ୍ସୁର ଥାନାକୁ ନିଆଯାଇଛି । ‘ ପୁଲିସ କହିଛି କି ରବିବାର ରାତି ଏମଜି ରୋଡ଼ ନିକଟରେ ଏକ ହୋଟେଲରେ ରେଭ ପାର୍ଟ ଚାଲିଥିଲା, ଏହି ସମୟରେ ପୁଲିସର ଏକ ଦଳ ସେଠାରେ ଚଢଉ କରିଥିଲା ।