ଆରବିଆଇ ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨…

0

ପୁଣି ଜଣେ ଓଡିଆ ଅଧିକାରୀଙ୍କୁ ବଡ ଦାଇତ୍ୱ ଦେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ୨ ହେଲେ ଆରବିଆଇର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । କେନ୍ଦ୍ର କ୍ୟାବିନେଟ୍ ରେ ଶକ୍ତିକାନ୍ତଙ୍କ ନିଯୁକ୍ତିକୁ ଅନୁମୋଦନ କରଯାଇଛି । ସେ ପିକେ ମିଶ୍ରଙ୍କ ସହ ଦ୍ୱିତୀୟ ପ୍ରମୁଖ ସଚିବ ଦାଇତ୍ୱ ତୁଲାଇବେ । ଶକ୍ତିକାନ୍ତ ଦାସଙ୍କ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭରଷା ରହିଛି । ଶକ୍ତିକାନ୍ତ ଅନେକ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାହାଯ୍ୟ କରୁଥିଲେ ।

ଶକ୍ତିକାନ୍ତ ଦାସ ଅବସର ନେବା ପରେ ଚର୍ଚ୍ଚା ହେଉଥିଲା ତାଙ୍କୁ ଆଉ କେଉଁ ଦାୟିତ୍ବ ମିଳିବ। ଯାହାର ଆଜି ପୂର୍ଣ୍ଣଛେଦ୍‌ ପଡିଛି। ବର୍ତ୍ତମାନ ଦୁଇ ଜଣଙ୍କ ହାତରେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ । ଦେଶର ଶାସନ, ବିଧିବ୍ୟବସ୍ଥା, ଅର୍ଥନୀତି ଏବଂ ସାମାଜିକ କ୍ଷେତ୍ରରେ କିପରି ଆଗକୁ ବଢିବ ସେଥିରେ ଗୁରୁତ୍ବ ପୂର୍ଣ୍ଣ ଭୁମିକା ଗ୍ରହଣ କରିଥାଆନ୍ତି ପିକେ ମିଶ୍ର । ଏହି ପର୍ୟ୍ୟାୟରେ ଆଉ ଜଣେ ଓଡ଼ିଆ ଶକ୍ତିକାନ୍ତ ଦାସ ଯୋଡି ହୋଇଛନ୍ତି।

ତେବେ ଶକ୍ତିକାନ୍ତ ଦାସ ୧୯୮୦ ମସିହାରେ ତାମିଲନାଡୁ କ୍ୟାଡର ଭାବେ ଶଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ତାମିଲନାଡୁ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ସଚିବ ଭାବରେ କାର୍ୟ୍ୟ କରି ସେ ୨୦୧୭ ମେ ୨୮ତାରିଖରେ ସେବାନିବୃତ ହୋଇଥିଲେ। ଅବସରପରେ, ଭାରତ ସରକାର ତାଙ୍କୁ ପଞ୍ଚଦଶ ଅର୍ଥ ଆୟୋଗର ସଚିବ ଭାବରେ ନିଯୁକ୍ତି ଦେଇଥିଲେ।