ଜାଣନ୍ତୁ ଶନିଦେବଙ୍କ ପ୍ରକୋପର କାରଣ

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଯେଉଁ ବ୍ୟକ୍ତି ଧନ ବଳରେ ଅସହାୟ ଏବଂ ଗରିବ ଲୋକଙ୍କୁ ଅପମାନିତ କରନ୍ତି, ଶନିଦେବ ତାଙ୍କ ଉପରେ ବକ୍ର ଦୃଷ୍ଟି ପକାଇଥାନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଗରିବ ଏବଂ ଅସହାୟ ବ୍ୟକ୍ତିଙ୍କୁ ପ୍ରତିନିଧିତ୍ବ କରିଥାନ୍ତି।
ଯେଉଁ ବ୍ୟକ୍ତି ଶନିବାର ଦିନ ଘରକୁ ଲୁହାର ପ୍ରସ୍ତୁତ ଜିନିଷ ନେଇ ଆସିଥାନ୍ତି ଶନିଦେବ ତାଙ୍କ ଉପରେ କୁଦ୍ରୁଷ୍ଟି ପକାଇଥାନ୍ତି। ଶନିଦେବଙ୍କ ଖରାପ ଦୃଷ୍ଟି ପଡିବା ମାତ୍ରକେ ହିଁ ବ୍ୟକ୍ତି କଙ୍ଗାଳ ହେବାକୁ ଲାଗିଥାନ୍ତି। ଶନିବାର ଦିନ ଲୁହାର ଦ୍ରବ୍ୟ କିଣିବା କଥା ନୁହେଁ ବରଂ ଦାନ କରିବା ଉଚିତ। ଶନିବାର ଦିନ ଘରକୁ ତେଲ ଆଣିବା ଉଚିତ ନୁହେଁ। କାରଣ ଏହି ଦିନରେ ଶନିଦେବଙ୍କୁ ତେଲ ଚଢ଼ା ଯାଇଥାଏ। କୌଣସି ଅନ୍ୟ ବ୍ୟକ୍ତିଙ୍କ ଠାରୁ ଭୁଲରେ ବି ଜୋତା ବା ଚପଲ ନେବା ଉଚିତ ନୁହେଁ। ଏହାଦ୍ବାରା ମଧ୍ୟ ଶନିଙ୍କର ଖରାପ ପ୍ରଭାବ ପଡିଥାଏ।
ଯେଉଁ ବ୍ୟକ୍ତ ନିଜ ଘରକୁ ଆସିଥିବା ବ୍ରାହ୍ମଣ କିମ୍ବା ଗରିବ ବ୍ୟକ୍ତିଙ୍କୁ କୌଣସି ଦାନ ନ କରି ଫେରାଇ ଦିଅନ୍ତି ତେବେ ଶନିଦେବ ତାଙ୍କର ଜାତକରେ ଅଶୁଭ ପ୍ରଭାବ ପକାଇଥାନ୍ତି।