ବ୍ୟୁରୋ: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାକୁ କ୍ରାଇମବ୍ରାଂଚ ଗମ୍ଭିରତାର ସହ ନେଇ ଖୋଳତାଡ କରୁଛି । ଭଦ୍ରକ ପୋଲିସ ଠାରୁ ତଥ୍ୟ ନେବା ସହ ଘଟଣାସ୍ଥଳକୁ ଯାଇ ଛାନଭିନ କରୁଛି । ଅନ୍ୟ ଏକ ଟିମ ଶର୍ମିଷ୍ଠାକୁ ଧରିବାକୁ ରାଜ୍ୟ ବାହାରକୁ ଯାଇଛି । ମର୍ଡର ପରେ ସର୍ମିଷ୍ଠା ବର୍ଡର ପାର ହୋଇଯାଇଥିବା ବେଳେ ପୋଲିସ ତାର ଠିକଣାର ସୁରାକ ପାଇଛି ।
ଉକ୍ତ ସୁରାକକୁ ଆଧାର କରି ପୋଲିସ ରାଜ୍ୟ ବାହାରେ ସର୍ମିଷ୍ଠାକୁ ଠାବ କରିବାକୁ ଉଦ୍ୟମ କରୁଛି । ତେବେ ଖୁବଶୀଘ୍ର ସର୍ମିଷ୍ଠା ପୋଲିସକୁ ପଞ୍ଝାରେ ପଡିବ ବୋଲି ଆଶା କରାଯାଉଛି । ସେପଟେ ‘ଦୟାଲ’ ଆଶ୍ରମରେ ନିରଞ୍ଜନ ସେଠୀ ଓ ଶର୍ମିଷ୍ଠା ଏକାଠୀ ମଦ୍ୟପାନ କରୁଥିଲେ ବୋଲି ଜଣେ ସମାଜସେବୀ କହିଛନ୍ତି । ଅନ୍ୟପଟେ,ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ତଦନ୍ତ ବେଳେ ଶର୍ମିଷ୍ଠା ରାଜ୍ୟ ବାହାରେ ଆତ୍ମଗୋପନ କରିଥିବା ଜଣାପଡିଛି ।
ଟେକ୍ନିକାଲ ପଦ୍ଧତି ଯଥା ଫୋନ, ଏଟିଏମ ଓ ସର୍ମିଷ୍ଠାଙ୍କ ନିକଟ ସମ୍ପର୍କୀୟଙ୍କ କଲକୁ ଟ୍ରାକିଂ କରାଯାଇ ତାର ଗିତିବଧି ଉପରେ ନଜର ରଖାଯାଉଛି । ଏସବୁ ତଥ୍ୟକୁ ଆଧାର କରି ସର୍ମିଷ୍ଠା ରାଜ୍ୟ ବାହାରେ ଥିବା ଜଣାପଡିଛି । ତେଣୁ ସାମ୍ବାଦିକାକୁ ଧରିବା ଲାଗି କ୍ରାଇମବ୍ରାଂଚର ତଦନ୍ତ ଜାରି ରହିଛି ।