ଆଖି ବୁଜିଲେ ‘ବିଗ୍ ବସ୍ ଫେମ୍’ ଶେଫାଳି ଜରିୱାଲା, ଜାଣନ୍ତୁ କାରଣ…

0

ମୁମ୍ବାଇ: ମନୋରଞ୍ଜନ ଦୁନିଆରୁ ଆସିଛି ଦୁଃଖଦ ଖବର  । ଗତକାଲି ବିଳମ୍ବିତ ରାତିରେ ଅଭିନେତ୍ରୀ ତଥା ମଡେଲ ଶେଫାଳି ଜରିୱାଲାଙ୍କ ମୃତ୍ୟୁ ଘଟିଛି। ମାତ୍ର ୪୨ ବର୍ଷ ବୟସରେ ହୃଦ୍‌ଘାତରେ ଜୀବନ ହରାଇଛନ୍ତି ଅଭିନେତ୍ରୀ ଶେଫାଳି । ଅଭିନେତ୍ରୀ ତଥା ମଡେଲ ଶେଫାଳି ଜରିୱାଲାଙ୍କର ହଠାତ୍ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ବିଳମ୍ବିତ ରାତିରେ ନିଜ ଘରେ ଥିବା ବେଳେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କ ସ୍ୱାମୀ ପରାମ ତ୍ୟାଗୀ ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ମୃତ ଘୋଷଣା କରିଥିଲେ ।

Shefali Jariwala died of cardiac arrest? What Mumbai Police said on cause  of death | Latest News India - Hindustan Times

ମିଳିଥିବା ସୂଚନା ଅନୁସାରେ ୪୨ବର୍ଷ ବୟସରେ ଅଭିନେତ୍ରୀଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ହୃଦଘାତ ହୋଇଥିଲା । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଛି । କାର୍ଡିଆକ୍‍ ଆରେଷ୍ଟ ଯୋଗୁଁ ଶେଫାଳିଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ତେବେ ଶେଫାଳିଙ୍କ ମୃତ୍ୟୁ ଖବର ପାଇ ଅନ୍ଧେରି ସ୍ଥିତ ରହୁଥିବା ଘରେ ପହଞ୍ଚିଛି ମୁମ୍ବାଇ ପୁଲିସ । ଏକ ଫରେନସିକ୍‍ ଟିମ୍‍ ମଧ୍ୟ ଘରେ ଯାଞ୍ଚ କରୁଛନ୍ତି । ଶେଫାଳି ଜରିୱାଲାଙ୍କ ମୃତ୍ୟୁ ଖବର ଶୁଣି ପ୍ରଶଂସକମାନେ ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି। ଶେଫାଳି ଲୋକପ୍ରିୟ ରିଆଲିଟି ଶୋ ବିଗ୍ ବସ୍ ୧୩ ରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ସେ ତାଙ୍କ ନୃତ୍ୟ ପାଇଁ ପ୍ରଶଂସକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ଥିଲେ।

Shefali Jariwala death cause not clear: Mumbai Police official statement on  Kaanta Laga girl sudden passing - India Today

ସୂଚନାଯୋଗ୍ୟ  ଯେ ୨୦୦୨ରେ ମ୍ୟୁଜିକ  ଭିଡିଓ କାଣ୍ଟା ଲଗା ଗୀତ ପାଇଁ ସେ ରାତାରାତି ଷ୍ଟାର ପାଲଟି  ଯାଇଥିଲେ । କାଣ୍ଟା ଲଗା ଗାର୍ଲ ଭାବେ ସେ ଘରେ ଘରେ ପରିଚିତ  ହୋଇଥିଲେ । ପରବର୍ତ୍ତୀ ସମୟରେ ସେ କେତେକ ଟେଲିଭିଜନ ସିରିଏଲ, ଅକ୍ଷୟ କୁମାର ଓ ସଲମାନ ଖାନଙ୍କ ସହିତ ‘ମୁଝସେ ସାଧି କରୋଗି’ ଫିଲ୍ମରେ କାମ କରିଥିଲେ  । ତା ଛଡା ସେ ନାଚ୍‌ ବଲିୟେ ସମେତ କେତେକ ରିୟଲିଟି ଶୋରେ ଭାଗ ନେଇଥିଲେ । ସେ ଶାରୀରିକ ଓ  ମାନସିକ ଭାବେ ବେଶ୍‌ ସୁସ୍ଥ ଥିଲେ । ମାନସିକ ସ୍ୱାସ୍ଥ୍ୟ ଓ ମହିଳା  ସଶକ୍ତିକରଣର କ୍ଷେତ୍ରରେ ସେ ସଚେତନତା ସୃଷ୍ଟି କରିଥିଲେ ।

Who was Shefali Jariwala? Actress who became fan favourite after Kaanta  Laga song

ତେବେ ତାଙ୍କ ବ୍ୟକ୍ତିଗତ ଜୀବନ ଯୋଗୁଁ ସେ ଅନେକ ସମୟରେ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସୁଥିଲେ । ସେ ଦିବଂଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ସହିତ ସମ୍ପର୍କରେ ଥିଲେ, କିନ୍ତୁ ତାହା ଅଧିକ ସମୟ ତିଷ୍ଠି ପାରିନଥିଲା । ସେ ପ୍ରଥମେ ୨୦୦୪ରେ ମିଟ୍ ବ୍ରଦର୍ସର ମ୍ୟୁଜିସିଆନ ହରମିତ୍ ସିଂଙ୍କୁ ବିବାହ କରିଥିଲେ, କିନ୍ତୁ ୨୦୦୯ରେ ସେମାନେ ଅଲଗା ହୋଇଥିଲେ । ଏହା ପରେ ୨୦୧୫ରେ ସେ ପରାଗ ତ୍ୟାଗୀଙ୍କୁ ବିବାହ କରିଥିଲେ ।