ଶହନାଜ ଗିଲ୍‌ଙ୍କ ପିତାଙ୍କୁ ଗୁଳିମାଡ଼ , ଅଭିଯୁକ୍ତ ଫେରାର

ବିଗ୍‌ ବସ୍‌ ଫେମ୍‌ ଅଭିନେତ୍ରୀ ଶହନାଜ ଗିଲଙ୍କର ପିତା ସନ୍ତୋଖ ସିଂହଙ୍କୁ ହୋଇଛି ଗୁଳି ମାଡ଼ ।

(ମୁମ୍ବାଇ) : ବିଗ୍‌ ବସ୍‌ ଫେମ୍‌ ଅଭିନେତ୍ରୀ ଶହନାଜ ଗିଲଙ୍କର ପିତା ସନ୍ତୋଖ ସିଂହଙ୍କୁ ହୋଇଛି ଗୁଳି ମାଡ଼ । ଘଟଣାଟି ଶନିବାର ସନ୍ଧ୍ୟାରେ ଅମୃତସରର ଜଣ୍ଡିୟାଲା ଗୁରୁ ଅଞ୍ଚଳରେ ଘଟିଛି । ସେ କହିଥିଲେ କି, ସେତିକି ବେଳେ ୨ଜଣ ଲୋକ ବାଇକ୍‌ରେ ଆସି କାର୍‌ ପାଖରେ ରହିଯାଇ ଥିଲେ । ପୁଣି ତାଙ୍କୁ ଫାୟାରିଂ କରିଥିଲେ। ସେମାନେ ତାଙ୍କର କାର୍‌କୁ ୪ଥର ଗୁଳି କରିଥିଲେ ।

ସୂଚନାନୁଯାୟୀ , ସନ୍ତୋଖ ସିଂହ ଘଟଣା ବେଳେ ନିଜ ଗାଡ଼ିରେ ଡ୍ରାଇଭର ସହ ବସିଥିଲେ ଏବଂ ଏହି ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଥିଲେ । ସେ ଏବେ ଦୁଇ ଦିନ ପୂର୍ବେ ବିଜେପିରେ ଯୋଗ ଦେଇଥିଲେ । ସେ ଶନିବାର କୌଣସି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଅମୃତସରରୁ ବ୍ୟାସ ଯାଉଥିଲେ । ସେ କହିଥିଲେ କି ଯେବେ ତାଙ୍କର ସୁରକ୍ଷାକର୍ମୀମାନେ ଗୁଳି ଶବ୍ଦ ଶୁଣି ଆକ୍ରମଣକାରୀଙ୍କ ଉପରକୁ ଇଟା ଫିଙ୍ଗିବାରୁ ସେମାନେ ଫେରାର ହୋଇ ଯାଇଥିଲେ । ତୁରନ୍ତ ଜଣ୍ଡିୟାଲା ଗୁରୁ ପୁଲିସ୍‌କୁ ସୂଚିତ କରାଯାଇ ଥିଲା ଏବଂ ପୁଲିସର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଜଣ୍ଡିୟାଲା ଗୁରୁ ପୁଲିସ୍‌ ପୁଲିସ୍‌ ଷ୍ଟେସନର ଅଫିସର ହରପ୍ରୀତ ସିଂହ କହିଛନ୍ତି କି ପୁଲିସ୍‌ ଘଟଣାସ୍ଥଳରୁ ୪ଟି ଗୁଳି ପାଇଥିଲେ । ପ୍ରାରମ୍ଭିକ ଯାଞ୍ଚ ପରେ ମାମଲାରେ କିଛି ସଦିଗ୍ଧ ଥିବା ମିଳିଛି। ଏଥିପାଇଁ ଆଗକୁ ତଦନ୍ତ ଜାରି ରହିଛି।