ଶିଳ୍ପାଙ୍କ ସହ ସମ୍ପର୍କ ରଖୁନଥିଲେ ରାଜ କୁନ୍ଦ୍ରା : ଶର୍ଲିନ ଚୋପ୍ରା

ଅଶ୍ଳୀଳ ଭିଡିଓ ମାମଲାରେ ରାଜ କୁନ୍ଦ୍ରା ଏବେ ପୋଲିସ କବ୍ଜାରେ ଅଛନ୍ତି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଶର୍ଲିନ୍ ଚୋପ୍ରାଙ୍କୁ ମଧ୍ୟ ପଚରାଉଚରା କରୁଛି।

0

(ମୁମ୍ବାଇ) : ଅଶ୍ଳୀଳ ଭିଡିଓ ମାମଲାରେ ରାଜ କୁନ୍ଦ୍ରା ଏବେ ପୋଲିସ କବ୍ଜାରେ ଅଛନ୍ତି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଶର୍ଲିନ୍ ଚୋପ୍ରାଙ୍କୁ ମଧ୍ୟ ପଚରାଉଚରା କରୁଛି। ସେ ବହୁ ଖୁଲାସା କରିଛନ୍ତି। ଶର୍ଲିନ ଚୋପ୍ରା ନିକଟରେ ରାଜ କୁନ୍ଦ୍ରା ଓ ପର୍ଣ୍ଣ ଭିଡିଓ ବିଷୟରେ ଖୋଲାଖୋଲି ଭାବରେ ଆଲୋଚନା କରି ଟ୍ବିଟରରେ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ କହିଥିଲେ, ଏହି ବିଷୟରେ ସବୁଠାରୁ ପ୍ରଥମେ ସେ ମହାରାଷ୍ଟ୍ର ସାଇବରକୁ ବୟାନ ଦେଇଥିଲେ। ଏହା ପୂର୍ବରୁ ଶର୍ଲିନ୍ କହିଥିଲେ, ତାଙ୍କୁ ଆଡଲ୍ଟ ଇଣ୍ଡଷ୍ଟ୍ରୀକୁ ଆଣିଥିବା ବ୍ୟକ୍ତି ରାଜ କୁନ୍ଦ୍ରା ହିଁ ଥିଲେ। ଶର୍ଲିନ୍ ନିଜ ବୟାନରେ ରାଜ କୁନ୍ଦ୍ରାଙ୍କ ସହିତ ବିଜନେସ୍ କନଟ୍ରାକ୍ଟ, ଶର୍ଲିନ ଚୋପ୍ରା ଆପ୍ ଓ ଶିଳ୍ପାଙ୍କ ସହିତ ତାଙ୍କ ସମ୍ପର୍କ ବିଷୟରେ କଥା ହୋଇଛନ୍ତି।

 

ଶର୍ଲିନ୍ କହିଛନ୍ତି, ରାଜ କୁନ୍ଦ୍ରା ୨୭ ମାର୍ଚ୍ଚ ୨୦୧୯ ରେ ବିଜନେସ୍ ମିଟିଂ ପରେ ମୋ’ ଘରକୁ ଆସିଥିଲେ। ଏହାପରେ ରାଜ ବଳପୂର୍ବକ କିସ୍ କରିବାକୁ ଚେଷ୍ଟା କରିଥିଲେ। ସେ ବିବାହିତ ହୋଇଥିବାରୁ ତାଙ୍କ ସହ କୌଣସ ସମ୍ପର୍କ ମୁଁ ରଖିବାକୁ ଚାହୁଁନଥିଲି। ଏହି କଥା ରାଜ୍‌ଙ୍କୁ ମଧ୍ୟ କହିଥିଲି। ହେଲେ ସେ କହିଥିଲେୂ, ତାଙ୍କର ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ପ୍ରତି ସମ୍ପର୍କ ଭଲ ନାହିଁ, ଘରେ ସେ ଅଧିକାଂଶ ସମୟରେ ଟେନସନ୍‌ରେ ରୁହନ୍ତି। ଶର୍ଲିନ୍ କହିଛନ୍ତି, ରାଜ କୁନ୍ଦ୍ରା ତାଙ୍କୁ ଜବରଦସ୍ତ କିସ୍ କରିଥିଲେ। ଏହାର ବିରୋଧ କରିଥିଲେ ମଧ୍ୟ ସେ ମାନିନଥିଲେ। ଶେଷରେ ଧକ୍କା ଦେଇ ନିଜକୁ ବାଥରୁମ୍ ଭିତରେ ବନ୍ଦ କରିଦେଇଥିଲି।