ଏସଏଚଜି ଲୋନ୍ ମଧ୍ୟ ମହିଳାଙ୍କୁ ସଶକ୍ତ କରେ,ଏସଏଚଜି ଲୋନର ୨ ଟି ମାଧ୍ୟମ ରହିଛି:ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ
ଭୁବନେଶ୍ୱର:ଏସଏଚଜି ଲୋନ୍ ମଧ୍ୟ ମହିଳାଙ୍କୁ ସଶକ୍ତ କରେ। ଏସଏଚଜି ଲୋନର ୨ ଟି ମାଧ୍ୟମ ରହିଛି । ଗୋଟିଏ ବ୍ୟବସାୟ ଥିବା ବେଳେ ଅନ୍ୟଟି ମା’ମାନଙ୍କ ଦରକାର ସମୟରେ ତାଙ୍କୁ ଆଉ କାହା ପାଖରେ ଯେମିତି ମାଗିବାକୁ ଯିବାକୁ ପଡ଼ିବନାହିଁ । କୋଭିଡ୍ ବେଳେ ଏହି ଲୋନରୁ ହିଁ ଘର ଚଳାଇଛନ୍ତି ମା।ଆଜି ପୂର୍ବାହ୍ନରେ ଗୀତ ଗୋବିନ୍ଦ ସଦନଠାରେ ମିଶନ ଶକ୍ତି ବିଭାଗ ଦ୍ୱାରା ଆଗତ ୨୦୨୩-୨୪ ମସିହା ବଜେଟ ମୁଖ୍ୟାଂଶ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍ କହିଛନ୍ତି ଯେ ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ମିଶନ ଶକ୍ତି ବିଭାଗ ପାଇଁ ୨,୫୫୪ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିଛନ୍ତି, ଯାହା ଗତ ବର୍ଷର ବଜେଟ ତୁଳନାରେ ୨୭ ପ୍ରତିଶତ ଅଧିକ।