ସୋସିଆଲ ମିଡିଆରେ ଜ୍ଞାନ ବାଣ୍ଟି ଟ୍ରୋଲ୍ ହେଲେ ଶିଳ୍ପା ସେଠୀ କୁନ୍ଦ୍ରା
“କଠିନ ସମୟରେ ମନକୁ ଭିନ୍ନ ଭିନ୍ନ କଥା ଆନ୍ଦୋଳିତ କରିଥାଏ। ତାହା ଉପରେ ନିୟନ୍ତ୍ରଣ ରଖିବାକୁ ପ୍ରାଣାୟମ କରିବା ବହୁତ ଜରୁରୀ।
(ମୁମ୍ବାଇ) : ସୋସିଆଲ ମିଡିଆରେ ଜ୍ଞାନ ବାଣ୍ଟି ଟ୍ରୋଲ୍ର ଶିକାର ହେଲେ ଶିଳ୍ପା ସେଠୀ କୁନ୍ଦ୍ରା । “କଠିନ ସମୟରେ ମନକୁ ଭିନ୍ନ ଭିନ୍ନ କଥା ଆନ୍ଦୋଳିତ କରିଥାଏ। ତାହା ଉପରେ ନିୟନ୍ତ୍ରଣ ରଖିବାକୁ ପ୍ରାଣାୟମ କରିବା ବହୁତ ଜରୁରୀ। ପଜିଟିଭ୍ ରହିବା ପାଇଁ ନିଜ ଶ୍ୱାସ କ୍ରିୟାକୁ ଠିକ୍ ଭାବେ ପରିଚାଳିତ କରନ୍ତୁ। ଏଥିନିମନ୍ତେ ଠିକ୍ ସମୟରେ ପ୍ରାଣାୟମ କରିବା ନିହାତି ଜରୁରୀ।” ଜୀବନରୁ ନେଗେଟିଭିଟି ବା ନକାରାତ୍ମକ ଭାବନାକୁ ଦୂର କରିବା ନିମନ୍ତେ ଯୋଗ କରିବାକୁ ନିଜ ଫ୍ୟାନ୍ମାନଙ୍କୁ ଶିଳ୍ପା ଶେଟ୍ଟୀ ଏମିତି ଜ୍ଞାନ ବାଣ୍ଟି ଥିବା ବେଳେ ଏଥିପାଇଁ ତାଙ୍କୁ ଟ୍ରୋଲ୍ର ଶିକାର ବି ହେବାକୁ ପଡ଼ିଛି।
(1/3)
We may not always have the power to change what’s happening around us, but we can definitely control what happens within. That’s possible only through Yoga. Give yourself the ability to calm the mind, reduce unwanted thoughts, centre your wandering attention… pic.twitter.com/6UZgwyQYE8
— SHILPA SHETTY KUNDRA (@TheShilpaShetty) July 19, 2021
ସୂଚନାନୁଯାୟୀ ,ଅଶ୍ଳୀଳ ଭିଡିଓ ତିଆରି ମାମଲାରେ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଗିରଫଦାରୀ ପରେ ସୋଶାଲ ମିଡିଆରେ ଏକ ପ୍ରକାର ଗାଏବ ହୋଇଯାଇଥିବା ଶିଳ୍ପା ଗତକାଲି ସ୍ୱାଧୀନତା ଦିବସ ଅବସରରେ ପ୍ରଥମ ଥର ପାଇଁ ଲାଇଭ୍ ଆସିଥିଲେ। ହେଲେ ସେ ବାଣ୍ଟିଥିବା ଜ୍ଞାନକୁ ସହଜେ ଗ୍ରହଣ କରିପାରି ନ ଥିଲେ ସୋଶାଲ ମିଡିଆ ୟୁଜର। ଜଣେ ୟୁଜର ନିଜ ପୋଷ୍ଟରେ ସୁପର ସେ ଉପର ରାଜ କୁନ୍ଦ୍ରା ବୋଲି ଲେଖିଥିବା ବେଳେ ଆଉ ଜଣେ ରାଜ ଜେଲ୍ରୁ କେବେ ଆସୁଛନ୍ତି ବୋଲି ପଚାରିଛନ୍ତି। ରାଜଙ୍କ ଗିରଫଦାରୀ ପରେ ସୋଶାଲ ମିଡିଆରେ ଲଗାତାର ଭାବେ ଶିଳ୍ପାଙ୍କୁ ଟ୍ରୋଲ୍ କରାଯାଉଛି।