ଶିଳ୍ପାଙ୍କ ମୁହଁରୁ ହଜିଯାଇଛି ହସ
ସ୍ୱାମୀଙ୍କ ଗିରଫଦାରୀ ପରେ ପ୍ରାୟ ମାସେ ପରେ ପୁଣି ଥରେ ସେଟ୍କୁ ଫେରିଛନ୍ତି। ଦୀର୍ଘ ଦିନ ପରେ ସୁପର ଡ୍ୟାନ୍ସର ଚାପ୍ଟର-୪ ଶୋ’କୁ ଶିଳ୍ପା ଫେରିଛନ୍ତି
(ମୁମ୍ବାଇ) : ସ୍ୱାମୀଙ୍କ ଗିରଫଦାରୀ ପରେ ପ୍ରାୟ ମାସେ ପରେ ପୁଣି ଥରେ ସେଟ୍କୁ ଫେରିଛନ୍ତି। ଦୀର୍ଘ ଦିନ ପରେ ସୁପର ଡ୍ୟାନ୍ସର ଚାପ୍ଟର-୪ ଶୋ’କୁ ଶିଳ୍ପା ଫେରିଛନ୍ତି। ଏଥିଯୋଗୁ ତାଙ୍କ ଫ୍ୟାନ୍ସ ଖୁବ୍ ଖୁସି ଥିବା ବେଳେ ଶିଳ୍ପାଙ୍କ ମୁହଁରୁ କିନ୍ତୁ ହଜିଯାଇଛି ହସ। ଏନେଇ ଏକ ଭିଡିଓ ଭାଇରାଲ ହୋଇଥିବା ବେଳେ ଏହାକୁ ନେଇ ନାନା କମେଣ୍ଟ ଦେଉଛନ୍ତି ୟୁଜର୍ସ। ଭିଡିଓରେ ଶିଳ୍ପା ନିଜ ଭ୍ୟାନିଟିତ ଭ୍ୟାନ୍ରୁ ବାହାରି ଶୁଟ୍ ପାଇଁ ଯାଉଛନ୍ତି।
ସ୍କାଏ ବ୍ଲୁ ଓ ରେଡ ରଙ୍ଗର ଫ୍ଲୋଲାର ଶାଢିରେ ଶିଳ୍ପା ଖୁବ୍ ସୁନ୍ଦର ଲାଗୁଥିଲେ ବି ତାଙ୍କ ମୁହଁରୁ ହାସ ଗାଏବ ହୋଇଯାଇଛି। ସବୁବେଳେ କ୍ୟାମେରା ସାମନାରେ ପୋଜ ଦେଉଥିବା ଓ ହସୁଥିବା ଶିଳ୍ପା କିନ୍ତୁ ଖୁବ୍ ଚୁପ୍ ଓ ଉଦାସ ଦେଖାଯାଉଛନ୍ତି। କ୍ୟାମେରାକୁ କେବଳ ହାତ ହଲାଇ ସେଠାରେ ଚାଲି ଯାଇଥିଲେ ଶିଳ୍ପା। ଏହାକୁ ନେଇ ୟୁଜରମାନେ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି। ଆଜି ଶିଳ୍ପା କାହିଁକି ହସୁ ନାହାନ୍ତି ବୋଲି ଜଣେ ୟୁଜର କମେଣ୍ଟ କରିଥିବା ବେଳେ ରାଜ୍ ତାଙ୍କ କ୍ୟାରିଅର ବର୍ବାଦ କରିଦେଲେ ବୋଲି କମେଣ୍ଟ କରିଛନ୍ତି ଆଉ ଜଣେ ୟୁଜର।