ଲଗାଣ ବର୍ଷା ପାଇଁ ଆଜି ବନ୍ଦ ଶିମିଳିପାଳ

0

କରଞ୍ଜିଆ: ଲଗାଣ ବର୍ଷା ପାଇଁ ଆଜି ବନ୍ଦ ରହିଛି ଶିମିଳିପାଳ । ଶିମିଳିପାଳ ଅଭ୍ୟାରଣ୍ୟରେ ଲଗାଣବର୍ଷା ପାଇଁ ରାସ୍ତା ଖରାପ ହୋଇଯାଇଛି । ଗତକାଲି ବରେଇପାଣିରେ ସର୍ବାଧିକ ୨୫ମିମି ବର୍ଷା ରେକଡ କରା ଯାଇଛି । ସୂଚନା ଅନୁଯାୟୀ, ଲଗଣ ବର୍ଷା ପାଇଁ ବିଭିନ୍ନ ସ୍ଥାନରେ ଜଙ୍ଗଲ ରାସ୍ତା କାଦୁଅ ହୋଇ ଯିବାରୁ ବନ ବିଭାଗ ଜାତୀୟ ଉଦ୍ୟାନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା । ଫଳରେ ଉଦ୍ୟାନର ଜଙ୍ଗଲ ଭିତରକୁ ଯିବା ଆସିବା କରିବାରେ ପର୍ଯ୍ୟଟକଙ୍କୁ ଅସୁବିଧା ହେବ । ସେନେଇ ଆଜି ଦିନ ବେଳା ପର୍ଯ୍ୟଟକଙ୍କ ପାଇଁ ବନ୍ଦକରାଯାଇଥିବା ବେଳେ ରାତି ରେ ପର୍ଯ୍ୟଟକଙ୍କ ପାଇଁ ଖେଳାରହିବ ବୋଲି ଶିମିଳିପାଳ ଏସିଏଫ ନିକେଶ ମହାପାତ୍ର ସୂଚନା ଦେଇଛନ୍ତି ।