ଶିମିଳିପାଳ : ଆଜିଠାରୁ ଖୋଲିଲା ଶିମିଳିପାଳ । ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ବାତ୍ୟା ଦାନା ପାଇଁ ଗତ ୨୩ ତାରିଖରୁ ବନ୍ଦ ରହିଥିବା ବେଳେ ଆଜି ଠାରୁ ଖୋଲା ହୋଇଛି । ପୁଣି ଖୋଲା ଜିମ୍ନି ଗାଡ଼ିରେ ବସି କୋର ଅଞ୍ଚଳ ବୁଲି ପାରିବେ ପର୍ଯ୍ୟଟକ । ବାତ୍ୟା ଦାନା ପାଇଁ ଗତ ୨୩ ତାରିଖରୁ୨୫ତାରିଖ ପର୍ୟ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟକୁ ବନ୍ଦ ରଖାଯାଇଥିଲା । ବାତ୍ୟା ପ୍ରଭାବରେ ଶିମିଳିପାଳରେ ଲଗାଣ ବର୍ଷା ଯୋଗୁଁ ପୁଣି ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ୩ଦିନ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ ରଖିବାକୁ ଘୋଷଣା କରିଥିଲେ କତ୍ତୃପକ୍ଷ । ବର୍ତ୍ତମାନ ରାସ୍ତା ଘାଟ ସଜାଡ଼ିବା ପରେ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ଶିମିଳିପାଳ।