ଶିମିଳିପାଳରେ ଜିନତ – ଯମୁନା କରିବେ କରିବେ ରାଜ୍

0

ବାରିପଦା: ଶିମିଳିପାଳ ଗଲା ଜିନତ୍ । ସେଠି ଜିନତ – ଯମୁନା କରିବେ  କରିବେ  ରାଜ୍ ।  ମହାରାଷ୍ଟ୍ର ତଡବା ଜଙ୍ଗଲରୁ ବାଘୁଣୀ ଯମୁନା ଆସିବାର ୧୭ ଦିନ ପରେ ଗୁରୁବାର ଆସିଛି ଦ୍ୱିତୀୟ ବାଘୁଣୀ। ଆଉ ବନ ବିଭାଗ ପକ୍ଷରୁ ତାର ନାମ ଜିନତ୍‌ ରଖାଯାଇଛି। ଶିମିଳିପାଳ ଅଭୟାରଣ୍ୟରେ ମେଲାନିଷ୍ଟିକ୍‌ ବା କଳା ମହାବଳ ବାଘଙ୍କ ବଂଶ ବୃଦ୍ଧି ହେଉଥିବାରୁ ଏହା ଉପରେ ରୋକ୍‌ ଲଗାଇ ସ୍ୱାଭାବିକ ମହାବଳ ବାଘର ବଂଶ ବିସ୍ତାର ପାଇଁ ମହାରାଷ୍ଟ୍ରରୁ ପ୍ରଥମେ ଯମୁନାକୁ ଅଣାଯାଇଥିବା ବେଳେ ଶିମିଳିପାଳକୁ ଆସିଛି ନୂଆ ଅତିଥି ଜିନତ୍‌। ଆଜି ସକାଳୁ ସକାଳୁ ଜିନତକୁ ଯମୁନାଘାଟି କୋର ଅଞ୍ଚଳରେ ପ୍ରସ୍ତୁତ ସଫ୍ଟ ଏନକ୍ଲୋଜରରେ ଛଡ଼ାଯାଇଥିବା ନେଇ ସୂଚନା ଦେଇଛନ୍ତି ପିସିସିଏଫ୍‌ ସୁଶାନ୍ତ ନନ୍ଦ।

ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନତର ବୟସ ୩ବର୍ଷ। ବର୍ତ୍ତମାନ ବାଘୁଣୀ ଜିନତ୍‌ ସଫ୍ଟ ଏନକ୍ଲୋଜରରେ ସ୍ବାଭାବିକ ଭାବେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି। ପ୍ରାୟ ସପ୍ତାହ ପାଖାପାଖି ସଫ୍ଟ ଏନକ୍ଲୋଜର ଭିତରେ ବାଘୁଣୀ ରହିବା ପରେ ପିସିସିଏଫ୍‌ଙ୍କ ନିର୍ଦ୍ଦେଶକ୍ରମେ ଟ୍ରାପଚିପ୍‌ ଲଗାଯାଇ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଛଡ଼ାଯିବ ବୋଲି ସୂଚନା ମିଳିଛି।