ହିମାଚଳ: ହିମାଚଳ ପ୍ରଦେଶର ଶିମାଲାର ଭୟଙ୍କର ଅଘଟଣ । ପ୍ରବଳ ବର୍ଷା ପରେ ହେଲା ଭୂସ୍ଖଳନ । ଏହି ଭୂସ୍ଖଳନରେ ୫୦ରୁ ଅଧିକ ଲୋକ ଚାପି ହୋଇଥିବା କବର ମିଳିଛି । ଯେଉଥିରେ କି ୭ ଜଣ ଲୋକ ପ୍ରାଣ ହରାଇଥିଲେ । ତେବେ ୬ ଜଣ ଲୋକଙ୍କୁ ଉଦ୍ଧାରକାରୀ ଦଳ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିଥିଲା । କୁହାଯାଉଛି ଶ୍ରାବଣ ସୋମବାର ପାଇଁ ଶିବ ମନ୍ଦିରରେ ଭିଡ ଥିଲା । ଏହି ସମୟରେ ଭୂସ୍ଖଳନ ହେବାରୁ ଭକ୍ତମାନେ ମାଟି ତଳେ ଚାପି ହେଇଯାଇଛନ୍ତି । ପାହାଡି ରାଜ୍ୟ ହିମାଚଳ ପ୍ରଦେଶର ପ୍ରକୃତିର ତାଣ୍ଡବ ଜାରି ରହିଛି । ବାଦଲ ଫଟା ବର୍ଷା ପରେ ଅନେକ ଜାଗାରେ ଭୂସ୍ଖଳନ ଘଟିଛି । ଖାଲି ସେତିକି ନୁହେଁ ଉତ୍ତରାଖଣ୍ଡରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଦୁଇ ରାଜ୍ୟକୁ ଏବେ ଆଲର୍ଟରେ ରଖାଯାଇଛି ।