ଜାମ୍ମୁ କାଶ୍ମୀର: ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ଗାଡିକୁ ଗୁଳିମାଡ । ଜାମ୍ମୁ କାଶ୍ମୀର ଅଖନୁର ସେକ୍ଟର ନିକଟରେ ଯାଉଥିବା ବେଳେ ହୋଇଛି ଗୁଳିମାଡ । ୩ ଜଣ ଆତଙ୍କବାଦୀ ସେନା ଗାଡ଼ି ଉପରେ ଆଖିବୁଜା ଗୁଳିମାଡ଼ କରିଥିବା ସୂଚନା ମିଳିଛି । ସକାଳ ପ୍ରାୟ ୭ ବେଳେ ଆକ୍ରମଣ ହୋଇଛି ।
ଆତଙ୍କବାଦୀ ହମଲା ପରେ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ସୁରକ୍ଷାବାହିନୀ । ଜମ୍ମୁ କାଶ୍ମୀରରେ ଗତ କିଛି ଦିନ ହେବ ଆତଙ୍କବାଦୀ ଆକ୍ରମଣ ବଢ଼ିଛି । କିଛି ଦିନ ତଳେ ୨ଟି ଆର୍ମୀ ଟ୍ରକ୍ ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ ।