ସପିଂ ମଲ ଗୁଳିକାଣ୍ଡରେ ୨୦ ମୃତ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆମେରିକାର ଏକ ସପିଂ ମଲରେ ଗୁଳିକାଣ୍ଡ ଘଟି ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି । ପୋଲିସ ଜଣକୁ ଅଟକ ରଖି ଯାଞ୍ଚ ଚଳାଇଥିବା ଅଭିଯୋଗ ହୋଇଛି ।
ଆମେରିକାରେ ଶନିବାର ହେଉଛି ଛୁଟି ଦିନ । ସେକ୍ସାସ୍ ଅନ୍ତର୍ଗତ ଏଲ୍ ପାସୋସ୍ଥିତ ଓ୍ଵାଲ୍ମାର୍ଟରେ ଜଣେ ୨୧ ବର୍ଷୀୟ ଯୁବକ ହାତରେ ରାଇଫଲ ନେଇ ମଲ ଭିତରେ ପଶି ଆଖିବୁଜା ଗୁଳି ଚଳାଇଥିଲା । ଫଳରେ ୨୦ ଜଣଙ୍କ ମୃତ୍ୟୁ ହେବା ସହ ୨୭ ଜଣ ଆହତ ହୋଇଥିଲେ। ଗୁଳିକାଣ୍ଡରେ ମଲରେ ଅଧିକ ଶିକ୍ଷାର୍ଥୀ ବହି କିଣୁଥିବା ବେଳେ ପ୍ରାଣ ହରାଇଥିବା ଜଣା ପଡିଛି । ଏହି ସପ୍ତାହ ମଧ୍ୟରେ ଆମେରିକାରେ ଏଇଟା ଦ୍ୱିତୀୟ ଗୁଳିକାଣ୍ଡ । ଗତ ସପ୍ତାହରେ ଆମେରିକାର କାଲିଫର୍ଣ୍ଣିଆରେ ଏକ ଖାଦ୍ୟମେଳାରେ ଗୁଳିକାଣ୍ଡ ହୋଇଥିଲା । ଏଥିରେ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଥିଲେ । ଏହାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଦ୍ବେଗ ପ୍ରକାଶ କରିବା ସହ ଏହାକୁ ନିନ୍ଦା କରିଛନ୍ତି ।