ଭୁବନେଶ୍ବର : ଭୁବନେଶ୍ବର ରେ ବିଭିନ୍ନ ମଲ୍ ବିଏମ୍ସି ଓ ଘରୋଇ ସଂସ୍ଥାର ସହ ଭାଗିଦାରୀରେ ଗଢିଉଠିଛି । ଏହି ମଲ ଗୁଡ଼ିକ ରେ ଯେଉଁ ଦୋକାନ ରହିଛି ତାହା ମଧ୍ୟରୁ ଘରୋଇ ସଂସ୍ଥା ଭାଗରେ ପଡ଼ୁଥିବା ଦୋକାନ ପ୍ରଥମ ଦିନରୁ ହିଁ ଭଡ଼ାରେ ଲାଗିଯାଉଛି। କିନ୍ତୁ ବିଏମ୍ସିର ଭାଗରେ ପଡ଼ୁଥିବା ଦୋକାନ ସବୁ ବର୍ଷ ବର୍ଷ ଖାଲି ପଡ଼ିଥିବା ବେଳେ ଭଡ଼ାରେ ଲାଗିପାରୁନି। ବର୍ଷ ବର୍ଷ ଧରି ବିଭିନ୍ନ ସମୟରେ ଏସବୁକୁ ଭଡ଼ା ଦେବା ପାଇଁ କର୍ତ୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରୁଥିଲେ ମଧ୍ୟ କେହି ନେଉନାହାନ୍ତି। ସେଥିପାଇଁ ବିଏମ୍ସି ପୁଣିଥରେ ସିକ୍ୟୁରିଟି ଜମା ପରିମାଣ କମାଇ ଭଡ଼ା ସୂତ୍ରରେ ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।