(ଅନୁସ୍ୱୟା)ଭୁବନେଶ୍ୱର: ଗତ ଫେବୃଆରୀ ୨୦ ତାରିଖରେ ହୋଇଥିବା ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପ୍ରତିଶୋଧ ପରାୟଣ ହୋଇ ପାକିସ୍ତାନ ଉପରେ ବାଲାକୋର୍ଟ ଏୟାରଷ୍ଟ୍ରାଇକ କରାଯାଇଥିଲା । କିନ୍ତୁ ବାଲାକୋର୍ଟ ଏୟାରଷ୍ଟ୍ରାଇକ ଘଟଣାକୁ ପାକିସ୍ତାନ ମିଥ୍ୟା ବୋଲି କହିଥିଲା ।
ଆଜି ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ସାଲ ବିଏସ ଧାନୋଆ ବାଲାକୋଟ ଏୟାରଷ୍ଟ୍ରାଇକ ସଂପର୍କରେ ଏକ ରୋଚକ କଥା କହିଛନ୍ତି ଯେ ବାଲାକୋଟରେ ଥିବା ଆତଙ୍କବାଦୀ କ୍ୟାମ୍ପକୁ ସଂପୂର୍ଣ୍ଣ ଧ୍ୱଂସ କରିଦେଇଥିଲେ, ପାକିସ୍ତାନ ପକ୍ଷରୁ କରାଯାଉଥିବା ମିଥ୍ୟା ଅପପ୍ରଚାର ପାଇଁ ସୁଯୋଗ ନଥାନ୍ତା ।
ଏନଡିଟିଭିକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ବାଲାକୋଟ ଏୟାରଷ୍ଟ୍ରାଇକ ବେଳେ ଆକାଶ ମେଘାଚ୍ଛନ୍ନ ଥିବାରୁ ସାଟେଲାଇଟରୁ ହାଇରିଜୋଲ୍ୟୁସନ ଫଟୋ ଉଠାଇବା ସମ୍ଭବ ହୋଇପାରିନଥିଲା । ତେବେ ଏକ ବିଦେଶୀ ରାଷ୍ଟ୍ରର ସାଟେଲାଇଟ ଉଠାଇଥିବା ଫଟୋରେ ଉକ୍ତ କୋଠାରେ ୩ଟି ଛିଦ୍ର ହୋଇଥିବା ଜଣାପଡିଥିଲା ।
ସେ କହିଛନ୍ତି ଯେ ଏହି ଅପରେସନ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା ଯେ କେବଳ କୋଠାରେ ଥିବା ଆତଙ୍କବାଦୀମାନଙ୍କୁ ମାରିଦିଆଯିବ କୋଠାକୁ ଧ୍ୱଂସ କରିବା ଲାଗି ନିଷ୍ପତ୍ତି ହୋଇନଥିଲା । କିନ୍ତୁ ସମଗ୍ର କୋଠାକୁ ଧ୍ୱଂସ କରିଦେଇଥିଲେ ଆଉ ବିତର୍କର ଅବକାଶ ନଥାନ୍ତା ବୋଲି ସେ କହିଛନ୍ତି ।
ଗତ ଫେବ୍ରୁଆରୀ ୨୬ରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଥିବା ଜୈସ କ୍ୟାମ୍ପ ଉପରେ ଇସ୍ରାଇଲ ନିର୍ମିତ ସ୍ପାଇସ-୨୦୦୦ ବୋମା ପକାଇ ସେଥିରେ ଥିବା ଆତଙ୍କବାଦୀଙ୍କୁ ମାରିଦେଇଥିଲା ।