(ଶୁଭସ୍ମିତା ଦାଶ): ହଠାତ ସୁଟିଂ ସେଟରେ ଶ୍ରଦ୍ଧା କପୁର ଅସୁସ୍ଥ ହୋଇପଡ଼ିଥିଲେ । ପରେ ସ୍ୱାସ୍ଥ୍ୟ ପରିକ୍ଷା କରିବା ପରେ ଶ୍ରଦ୍ଧା କପୁର ଡ଼େଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜାଣିପାରିଥିଲେ । ଫଳରେ ସେପ୍ଟେମ୍ବର ୨୭ ତାରିଖରେ ଶ୍ରଦ୍ଧା ଚଳଚ୍ଚିତ୍ରର ସୁଟିଂ ବନ୍ଦ କରି ଦେଇଥିଲେ। ସେ ଖୁବ୍ଶୀ୍ଘ୍ର ସୁସ୍ଥ ହୋଇ ସୁଟିଂ ସେଟ୍ କୁ ଫେରିବେ ବୋଲି କହିଛନ୍ତି । ଅନ୍ୟପଟେ ତାଙ୍କର ଏହି ଅସୁସ୍ଥତା ଯୋଗୁଁ ବ୍ୟାଡ଼ମିଣ୍ଟନ୍ ଚାମ୍ପିଅନ୍ ସାଇନା ନେହୱାଲଙ୍କ ବାୟୋପିକ୍ ର ସୁଟିଂ ବନ୍ଦ ରହିଛି। ଦର୍ଶକ ତାଙ୍କୁ ଏହି ଭୂମିକାରେ ପସନ୍ଦ କରିବେ ବୋଲି ସେ ଆଶା ରଖିଛନ୍ତି ।
ଚଳିତ ବର୍ଷ ଶ୍ରଦ୍ଧାଙ୍କୁ ଦୁଇଟି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି । ସାହିଦ୍ କପୁରଙ୍କ ଅଭିନୀତ ‘ବତୀ ଗୁଲ୍ ମିଟର୍ ଚାଲୁ’ ଓ ରାଜକୁମାର ରାଓଙ୍କ ‘ସ୍ତ୍ରୀ’ ଫିଲ୍ମରେ ଶ୍ରଦ୍ଧା ନଜର ଆସିଥିଲେ। ତେବେ ଗତ କିଛିଦିନ ହେବ ସେ ସାଇନା ନେହୱାଲଙ୍କ ବାୟୋପିକ୍ ସୁଟିଂ କରୁଥିଲେ ଓ ଆଗକୁ ପ୍ରଭାସଙ୍କ ଅଭିନୀତ ଆକ୍ସନ ଫିଲ୍ମ ‘ସାହୋ’ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ।