(ନରୋତ୍ତମ ପଣ୍ଡା/ବଲାଙ୍ଗୀର): କୂଅରୁ ପାଣୀ ସହଜରେ ବାହାର କରିବା ପାଇଁ ସାଧାରଣତଃ ଆମେ ବିଦ୍ୟୁତ,ଡିଜେଲ ପମ୍ପର ସାହାର୍ଯ୍ୟ ନେଇଥାଉ । କିନ୍ତୁ ଏଠାରେ ଆମେ ଏମିତି ପାଣୀପମ୍ପ କଥା କହିବୁ ଯାହାକି ବିଦ୍ୟୁତ,ଡିଜେଲ ବିହୀନ ପାଣିପମ୍ପ । ଏହି ନିଆର ପ୍ରୟାସ କରିଛନ୍ତି ବଲାଙ୍ଗିର ଜିଲ୍ଲା ପୂଇଁନ୍ତଳା ବ୍ଲକ ଫଟକରା ଗ୍ରାମର ଶ୍ରୀବର୍ଚ୍ଛ ବଢେଇ ନିଜ ଜ୍ଞ୍ୟାନ କୌଶଳ ବଳରେ ନିଆରା ଢଙ୍ଗରେ ବିଦ୍ୟୁତ ଡିଜେଲ ବିନା ୩୦ ଫୁଟ ଗଭୀର କୂଅରୁ ପାଣୀ ବାହାର କରୁଛନ୍ତି । ଡିଜେଲ ବିଦ୍ୟୁତ ଖର୍ଚ୍ଚରୁ ନିଜକୁ ବଞ୍ଚିତ କରିବା ସହ ନିଜ ଇଚ୍ଛା ମୁତାବକ କୂଅରୁ ଅତି ସହଜରେ ପାଣୀବାହାର କରିବା ସହ ଜଳକଷ୍ଟକୁ ଦୂରକରିପାରିଛନ୍ତି ।
ଅର୍ଥ ବାଧକ ସାଜିଥିବାରୁ ଅନେକ ସ୍ୱପ୍ନକୁ ସାକରା କରି ପାରୁନାହାନ୍ତି ଶ୍ରୀବଚ୍ଛ । ସରକାରୀ ସହାୟତା ମିଳିଲେ ଅନେକ ସ୍ୱପ୍ନ ସାକର କରିପାରନ୍ତେ ଶ୍ରୀବଚ୍ଛ ।