ପୁରୀ: ଆଜି ପବିତ୍ର ଚମ୍ପକ ଦ୍ୱାଦଶୀ । ଏନେଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ଗୁଆଲି ନୀତି ଅନୁଷ୍ଠିତ ହେବ । ପାଲିଙ୍କିରେ ଶ୍ରୀମଦନମୋହନ ଓ ଶ୍ରୀଦେବୀ ନଗର ପରିକ୍ରମା କରିବେ । ଗତ ୨ ବର୍ଷ ହେବ କରୋନା ପାଇଁ ଏହି ନୀତି ଉପରେ ପ୍ରତିବନ୍ଧକ ଲାଗିଥିଲା । ମାତ୍ର ଚଳିତ ବର୍ଷ କୋଭିଡ୍ ସ୍ଥିତି ନଥିବାରୁ ଭକ୍ତମୟ ପରିବେଶରେ ମହାପ୍ରଭୁ ନଗର ପରିକ୍ରମା କରିବେ । ମହାପ୍ରଭୁ ଓ ମା ଲକ୍ଷ୍ମୀ ପାଲିଙ୍କିରେ ପ୍ରଥମେ ଶ୍ରୀନଅରକୁ ଆସିବେ । ବନ୍ଦାପନା ନୀତି ପରେ ଜମ୍ବେଶ୍ୱର ମହାଦେବଙ୍କ ମନ୍ଦିରକୁ ଯାଇ ପଞ୍ଚଗ୍ରାସ ନୀତି ସମ୍ପୂର୍ଣ୍ଣ ହେବ । ସେପଟେ ସ୍ନାନଯାତ୍ରା ଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଲାଗିଛି ।