ପୁରୀ : ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପେଜନଳାରୁ ନିର୍ଗତ ପାଣି ଢେଉ ମାରୁଛି । ସିଂହଦ୍ଵାରରେ ପେଜ ସ୍ରୋତ ଚାଲିବା ଯୋଗୁଁ ଶ୍ରଦ୍ଧାଳୁମାନେ ନାହିଁ ନଥିବା ସମସ୍ଯାରେ ସମ୍ମୁଖୀନ ହେଉଛନ୍ତି । ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି ପରେ ଅନ୍ଯାନ୍ଯ ନିତି ଚାଲିଥିବା ସମୟରେ ସିଂହଦ୍ଵାର ସାମ୍ନା ଅରୁଣ ସ୍ତମ୍ବ ପାଖରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ସେପଟେ ପେଜସ୍ରୋତକୁ ସଫା କରିବା ପାଇଁ ନାକେଦମ ହେଲେଣି ସଫେଇ କର୍ମଚାରୀ। ସବୁଠାରୁ ବଡକଥା ହେଉଛି ଏଥିପ୍ରତି ନା ପ୍ରଶାସନ ନା ମନ୍ଦିର ପ୍ରଶାସନ କେହି ବି ଯତ୍ନବାନ ହୋଇନାହାନ୍ତି। ତେବେ ପେଜନଳା ଓ ଏମାରମଠ ଆଡୁ ଆସୁଥିବା ଏହି ପେଜପାଣି ଭକ୍ତ ଓ ସେବକଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କରିଛି ।