ଆରମ୍ଭ ହେଲା ଶ୍ରୀମନ୍ଦିର ଛତିଷାନିଯୋଗ ବୈଠକ। ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ସମ୍ମିଳନୀ କକ୍ଷରେ ବସିଛି ବୈଠକ। ବୈଠକରେ ଛତିଷାନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ଅନୁପସ୍ଥିତ। ସେପଟେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳଙ୍କ ସହ ବିଭିନ୍ନ ନିଯୋଗର କର୍ମକର୍ତ୍ତା ଉପସ୍ଥିତ। ତେବେ ଏହି ବୈଠକରେ ଆସନ୍ତା ୧୬ରୁ ଆରମ୍ଭ ହେବାକୁ ଥିବା ପହିଲି ଭୋଗ ନିତି ଚୁଡାନ୍ତ କରାଯିବ। ଏଥିସହିତ ଦେବାଭିଶେକ ନିତି ଓ ମକର ସଂଙ୍କ୍ରାନ୍ତି ନିତି ମଧ୍ୟ ଚୁଡାନ୍ତ ହେବ। ତେବେ ଏହି ବୈଠକରେ ରତ୍ନଭଣ୍ଡାର ମରାମତି ନେଇ ଚୁଡାନ୍ତ ରୂପରେଖ ପ୍ରସ୍ତୁତ ହେବ। ରତ୍ନଭଣ୍ଡାରର ସୃଙ୍ଖଳିତ ମରାମତି ପାଇଁ ନିତି ନିର୍ଘଣ୍ଟ ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ଯାହା ସୂଚନା ରହିଛି ଆଗାମୀ ୧୬ରୁ ରତ୍ନଭଣ୍ଡାର ମରାମତି କାର୍ୟ୍ୟ ଆରମ୍ଭ କରାଯିବ।ଏଥିପାଇଁ ସ୍ୱତନ୍ତ୍ର ନିତିକାନ୍ତି ଆପାତତଃ ଚୁଡାନ୍ତ କରାଯାଇଛି। ରାତି ୨ଟାରେ ଦ୍ୱାର ଫିଟାଯାଇ ମଙ୍ଗଳାଳତୀ ସହ ଅନ୍ୟାନ୍ୟ ନିତି କରାଯିବ। ୧୦.୧୫ରୁ ୧୨.୩୦ ମଧ୍ୟରେ ଦ୍ୱିତୀୟ ଭୋଗମଣ୍ଡପ ସରିବା ପରେ ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ। ଅପରାହ୍ନ ୫ଟା ପର୍ୟ୍ୟନ୍ତ ଏଏସଆଇକୁ ମରାମତି ପାଇଁ ଛଡାଯିବ। ତାପରେ ଅନ୍ୟାନ୍ୟ ନିତି ଆଗକୁ ବଢିବ। ତେବେ ରତ୍ନଭଣ୍ଡାର ମରାମତି ସମୟରେ ସର୍ବସାଧାରଣ ଦର୍ଶନ ବାହାରକାଠ ନିକଟରୁ କରାଯିବା ପାଇଁ ନିସ୍ପତି ହୋଇଛି। ବିଶେଷ ପର୍ବପର୍ବାଣି ସମୟରେ ରତ୍ନଭଣ୍ଡାର ମରାମତି କାର୍ୟ୍ୟ ବନ୍ଦ ରହିବ ବୋଲି ଛତିଷାନିଯୋଗ ବୈଠକରେ ନିସ୍ପତି ହୋଇଛି। ତେବେ ଆଜି ଛତିଷାନିଯୋଗ ବୈଠକ ପ୍ରାରମ୍ଭରେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ମହାପ୍ରଭୁଙ୍କୁ ବେଶ କରି ନିତି ବନ୍ଦ କରାଯାଇଥିଲା। ରାଷ୍ଟ୍ରପତି ଦର୍ଶନ କରି ଫେରିବା ପରେ ପୁନର୍ବାର ନିତି ଆରମ୍ଭ ହୋଇଥିଲା। ଯାହାକୁ ନେଇ ବିଭିନ୍ନ ସେବାୟତ ନିଯୋଗ ପକ୍ଷରୁ ବୈଠକରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।