ବିରଜାକ୍ଷେତ୍ରରେ ବି ଶଟଡାଉନ

ଯାଜପୁର(ରିପୋଟର୍ସ ଟୁଡେ): ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହେଉଛି ସପ୍ତାହନ୍ତ ଶଟଡାଉନ । ଏଥିରୁ ବାଦ ପଡିନି ବିରଜାକ୍ଷେତ୍ର ଯାଜପୁର । ଜିଲ୍ଲାର ଦୁଇଟି ସହରାଞ୍ଚଳରେ ଆଜି ଶଟଡାଉନ କରାଯାଉଛି । ଯାଜପୁର ଟାଉନ ଏବଂ ଯାଜପୁରର ବ୍ୟାସନଗରରେ ଲାଗୁ ହୋଇଛି ସାପ୍ତାହିକ ଶଟଡାଉନ । ଉଭୟ ସହରର ପ୍ରବେଶ ପଥକୁ ନାକାବନ୍ଦୀ କରିବା ସହ ଯାତାୟତ କରୁଥିବା ଯାନବାହନକୁ କଡାକଡି ଭାବରେ ଯାଞ୍ଚ କରାଯାଉଛି । ସେହିପରି ଅତ୍ୟାବଶ୍ୟକ ସେବା ଯୋଗାଇଥିବା ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଶଟଡାଉନକୁ କଡାକଡି ଭାବରେ ପାଳନ କରିବା ପାଇଁ ଏବଂ ଏସମସ୍ତ କାର୍ଯ୍ୟକ୍ରମର ତଦାରଖ କରିବା ପାଇଁ ଫ୍ଲାଇଙ୍ଗ ସ୍କ୍ୱାର୍ଡ ସହିତ ଜଏଣ୍ଟ ଏନଫୋର୍ସମେଣ୍ଟ ମଧ୍ୟ କାର୍ଯ୍ୟରତ ଅଛନ୍ତି । ଏ ନେଇ ଯାଜପୁର ଏସପି ସୂଚନା ଦେଇଛନ୍ତି । ନିୟମକୁ ଉଲ୍ଲଙ୍ଘନ କରୁଥିବା ଅମାନିଆଙ୍କୁ ସାବାଡ କରିବା ପାଇଁ ଫାଇନ ଆଦାୟ କରାଯିବ ବୋଲି ସୂଚନା ଦେଇଛନ୍ତି ଯାଜପୁର ଏସପି ରାହୁଲ ପି.ଆର ।