ଝିଅର ୨୧ତମ ଜନ୍ମଦିନ ପାଳିଲେ ଅଭିନେତ୍ରୀ ଶ୍ୱେତା ତିୱାରୀ

ଅଭିନେତ୍ରୀ ଶ୍ୱେତା ତିୱାରୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ । ନିଜ ପ୍ରଶଂସକଙ୍କ ମଧ୍ୟରେ ଆଲୋଚନାରେ ରହିବାକୁ ପ୍ରତିଦିନ ଆକର୍ଷଣୀୟ ପୋଷ୍ଟ ସେୟାର କରିଥାନ୍ତି ।

0

(ମୁମ୍ବାଇ) : ଅଭିନେତ୍ରୀ ଶ୍ୱେତା ତିୱାରୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ । ନିଜ ପ୍ରଶଂସକଙ୍କ ମଧ୍ୟରେ ଆଲୋଚନାରେ ରହିବାକୁ ପ୍ରତିଦିନ ଆକର୍ଷଣୀୟ ପୋଷ୍ଟ ସେୟାର କରିଥାନ୍ତି । ସେ ତାଙ୍କ ଝିଅ ପଲକ ତିୱାରୀଙ୍କ ୨୧ତମ ଜନ୍ମଦିନରେ ଏକ ବିଶେଷ ପୋଷ୍ଟ ସେୟାର କରିଛନ୍ତି। ମା-ଝିଅଙ୍କୁ ଦୁଇ ଭଉଣୀ ବୋଲି କହିଲେ ଲୋକେ।

ସୂଚନାନୁଯାୟୀ , ଆଜି ଶ୍ୱେତାଙ୍କ ଝିଅ ପଲକ ତାଙ୍କର ୨୧ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଶ୍ୱେତା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ମଜାଦାର ପୋଷ୍ଟ ସେୟାର କରିଛନ୍ତି । ଏହି ଭିଡିଓ ଶ୍ୱେତା ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ – ‘ମୋର ରାଜକୁମାରୀ ପଲକ ତିୱାରୀଙ୍କ ସହ ଜନ୍ମଦିନ ନୃତ୍ୟ’। ଏହି ଭିଡିଓ ସୋସିଆଲ ମିଡିଆରେ ବହୁ ଜୋରରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକଙ୍କ ସହ ଅନେକ ସେଲିବ୍ରିଟି ମଧ୍ୟ କମେଣ୍ଟ ଦେଇଛନ୍ତି ଯେ, ଉଭୟ ଶ୍ୱେତା ଏବଂ ପଲକ ଦୁଇ ଭଉଣୀ ପରି ଲାଗୁଛନ୍ତି।