(ଗୋପ / ଜୟନ୍ତ କୁମାର ସେଠୀ ) : ବିଶ୍ଵ ପ୍ରସିଦ୍ଧ କୋଣାର୍କ ଚନ୍ଦ୍ରଭାଗା ତୀର୍ଥରୁ ବୋଲବମ୍ ଭକ୍ତ ପୁରୁଷ ଓ ମହିଳା ମାନେ ସୁସଜ୍ଜିତ ବାହୁଙ୍ଗିରେ ପାଣି ଭାର ଥୋଇ ରାସ୍ତାରେ ଯାଉଛନ୍ତି । ଶ୍ରାବଣ ମାସ ପବିତ୍ର ଦ୍ୱିତୀୟ ସୋମବାର ପରୀପ୍ରେକ୍ଷୀରେ ନିଜ ନିଜର ପରିବାରର ଗ୍ରହାରିଷ୍ଟ ଖଣ୍ଡନ , ପରିବାରର ସୁଖ ସମୃଦ୍ଧି ଆଣିବା ଓ ମାନସିକ ବ୍ରତ ପୁରଣ କରିବାର ଅଭିଳାଷ ନେଇ ହଜାର ହଜାର କାଉଡ଼ିଆ ଶିବ ମନ୍ଦିରରେ ଜଳ ଲାଗି କରିଥାନ୍ତି। ଏଥିପାଇଁ ରାସ୍ତାରେ ବିଭିନ୍ନ ଛକ ମାନଙ୍କରେ ଅସ୍ଥାୟୀ ଦେକାନ ବଜାର ଖୋଲିଛି । ଦଳ ଦଳ ହୋଇ ରାସ୍ତା ଉପରେ ଶିବ ପୁରାଣ, ଶିବ ମହିମା, ଶିବ ଭଜନ ଗାନ କରି ଜାଉଛନ୍ତି । ବିଭିନ୍ନ ଶିବ ମନ୍ଦିରରେ ପାଣି ଲାଗି କରିବେ । ବିଶେଷ କରି ପୁରୀ ଲୋକନାଥଙ୍କ ପାଖକୁ ଯାଉଥିବା ଜଣାପଡିଛି । ଭକ୍ତଙ୍କର ଗହଳି ଲାଗି ରହିଛି । ସେବା ଦଳ ମଧ୍ୟ ବିଭିନ୍ନ ଯାଗରେ କ୍ୟମ୍ପ ପକାଇ ଭକ୍ତ ମାନଙ୍କର ସେବା କରୁଛନ୍ତି । କୋଣାର୍କ ପୋଲିସ ପକ୍ଷରୁ ବିଭିନ୍ନ ଛକ ମାନଙ୍କରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ।