ରକ୍ତ ଦାନ ଶିବିର ଅନୁଷ୍ଠିତ

0

(ଗୋପ / ଜୟନ୍ତ କୁମାର ସେଠୀ ): ପୁରୀ ଜିଲ୍ଲା କଣାସ ବ୍ଳକ ଅନ୍ତର୍ଗତ ବଡଖାରଦ ଗ୍ରାମରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗତ ଅଟଲ ବିହାରୀ ବାଜପେୟୀଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି ନେତା ଡ. ବିଶ୍ୱନାଥ ରଥ, କୃଷ୍ଣଚନ୍ଦ୍ର ଜଗଦେବ, ଆମ ଓଡିଶା ପକ୍ଷରୁ ସଂଗ୍ରାମ କେଶରୀ ସାମନ୍ତରାୟ, ଜିତୁ ଜୟ ମତ୍ତଗଜ ରାୟଙ୍କ ସହ ଅନ୍ୟ ମାନେ ଉପସ୍ଥିତ ରହିଥିଲେ । ନୟାଗଡ ରକ୍ତ ଭଣ୍ଡାର ବିଭାଗର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ । ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।